ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଅନେକଗୁଡ଼ିଏ ବାର୍ ନିର୍ଦ୍ଧାରିତ ସମୟ ପରେ ମଧ୍ୟ ପରିଚାଳିତ ହେଉଥିବା ଅଭିଯୋଗ ହେଉଛି। ପ୍ରଶାସନ ପକ୍ଷରୁ ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ତଥାପି କିଛି ମାଲିକ ସରକାରୀ ଗାଇଡ଼ଡଲାଇନ୍କୁ ଅଣଦେଖା କରୁଥିବା ଦୃଷ୍ଟିଗୋଚର ହେଉଛି। ନିୟମ ଉଲ୍ଲଘଂନକାରୀ ବାର୍ ଉପରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଇଛି। ରାଜଧାନୀ ଭୁବନେଶ୍ବରର ସହିଦନଗରସ୍ଥିତ ବାର୍ ‘ଭୋକ୍ସପୋପ୍’କୁ ସିଲ କରାଯାଇଛି। ଅବକାରୀ ବିଭାଗର ସ୍ଵତନ୍ତ୍ର ଟିମ୍ ଏହି ବାର୍କୁ ସିଲ୍ କରିଛି। ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି ଯେ, ସରକାରୀ ଗାଇଡଲାଇନ୍କୁ ଏହି ବାର୍ରେ ଅଣଦେଖା କରାଯାଉଥିଲା।
ରାଜଧାନୀ ଭୁବନେଶ୍ବରର ସହିଦନଗରସ୍ଥିତ ବାର୍ ‘ଭୋକ୍ସପୋପ୍’କୁ ସିଲ କରାଯାଇଛି। ଅବକାରୀ ବିଭାଗର ସ୍ଵତନ୍ତ୍ର ଟିମ୍ ଏହି ବାର୍କୁ ସିଲ୍ କରିଛି। ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି ଯେ, ସରକାରୀ ଗାଇଡଲାଇନ୍କୁ ଏହି ବାର୍ରେ ଅଣଦେଖା କରାଯାଉଥିଲା।
ଅବକାରୀ ବିଭାଗ ଜାଣିବାକୁ ପାଇଥିଲା ଯେ, ବାର୍ ‘ଭୋକ୍ସପୋପ୍’ ବିଳମ୍ବିତ ରାତି ଯାଏଁ ଚାଲୁଥିଲା। ଅତି ବେଶୀରେ ଅନୁମତି ନେଇଥିଲେ ୧.୩୦ ଯାଏଁ ବାର୍ ଖୋଲିପାରିବାର ନିୟମ ରହିଛି। ହେଲେ ଏହି ବାର୍ ଭୋର୍ ୪ ଟା ଯାଏଁ ଖୋଲାଥିବା ଜାଣିବାକୁ ପାଇଥିଲା ଅବକାରୀ ବିଭାଗ। ସେହି ଆଧାରରେ ଆଜି ବାର୍ରେ ଚଢାଉ କରି ବାର୍କୁ ତିନି ଦିନ ପାଇଁ ସିଲ୍ କରାଯାଇଛି ବୋଲି ଅବକାରୀ ବିଭାଗର ଅତିରିକ୍ତ ଏସ୍ପି ଆରିୟା ସଭ୍ୟତା ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/11/24/u6gIzychWFvMXmC4Hpxh.jpg)
