କଟକ: ବାରବାଟୀ ଟେ୍ଵଣ୍ଟି-୨୦ ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ୍ ପାଇଁ ଅନ୍ଲାଇନ ଟିକେଟ ବିକ୍ରିରେ କେଳେଙ୍କାରୀ ଅଭିଯୋଗରେ ଗିରଫ ହୋଇଥିବା କର୍ଣ୍ଣାଟକ ବାଙ୍ଗାଲୁରୁ ଅଞ୍ଚଳର ବିନୟ କୁମାର କର୍ମଚେଟିଙ୍କ ଜାମିନ ଖାରଜ ହୋଇଛି। ଆଜି ତାଙ୍କ ଜାମିନ ଆବେଦନର ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ୍ ପ୍ରସିକ୍ୟୁଟର ବିଶ୍ୱଜିତ ବରାଳ ଦର୍ଶାଥିଲେ ଯେ ଅନ୍ଲାଇନ ଟିକେଟ ବିକ୍ରିରେ ବ୍ୟାପକ ଠକେଇ କରିଥିବା ନେଇ ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ ମିଳିଛି। ସେ ବାହାର ରାଜ୍ୟର ହୋଇଥିବା ବେଳେ ଜାମିନରେ ଛାଡାଗଲେ ତଦନ୍ତ ପ୍ରକ୍ରିୟା ବାଧାପ୍ରାପ୍ତ ହେବ। ଘଟଣାର ତଦନ୍ତ ଚାଲିଥିବା ଦୃଷ୍ଟିରୁ ଅଦାଲତ ତାଙ୍କ ଜାମିନ ଖାରଜ କରିଥିବା ଜଣାଯାଇଛି।
ବାରବାଟୀ ଟିକେଟ କେଳେଙ୍କାରୀ: ବିନୟଙ୍କ ଜାମିନ ଖାରଜ
/sambad/media/post_attachments/wp-content/uploads/2017/12/BARABATI-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)