ଭୁବନେଶ୍ବର : ସୂଚନା ଓ ଲୋକସମ୍ପର୍କ ବିଭାଗର ଉପ ନିର୍ଦ୍ଦେଶକ ତଥା ଉପ ଶାସନ ସଚିବ ଭାବେ କାର୍ଯ୍ୟରତ ବରଦା ପ୍ରସନ୍ନ ଦାସଙ୍କୁ ବିଭାଗୀୟ ପଦୋନ୍ନତି ମିଳିଛି। ସେ ଯୁଗ୍ମ ନିର୍ଦ୍ଦେଶକ ପଦରେ ନିଯୁକ୍ତି ପାଇଛନ୍ତି। ଶ୍ରୀ ଦାସ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଟିଟିଲାଗଡ଼, ନୟାଗଡ଼, ବାଙ୍କୀ, କଟକ, ଭୁବନେଶ୍ବର, ଖୋର୍ଦ୍ଧା, ଅନୁଗୁଳ, ଦେବଗଡ଼ ଆଦି ସ୍ଥାନରେ ଲୋକସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି। ବହୁ ମନ୍ତ୍ରୀଙ୍କ ସୂଚନା ଅଧିକାରୀ ଭାବେ ମଧ୍ୟ ସଫଳତାର ସହ କାର୍ଯ୍ୟ ସମ୍ପାଦନ କରିଛନ୍ତି। ଶ୍ରୀ ଦାସ ଜଣେ ଲେଖକ, ସୁବକ୍ତା ଓ ସଂଗଠନ ଭାବେ ପରିଚିତ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp