ମଥୁରାନଗରୀ/ଗୋପପୁର, ୩ା୧(ଇମିସ): 'ଲେଖି ଅଛି କ˚ସ ହୋଇ ମହାରୁଷ / ଆରେ ଗୋପପତି ନନ୍ଦ । ଆଜ୍ଞା ପରମାଣେ ତତ୍କାଳେ ଚଳିବୁ / ନୋହିଲେ ଛେଦିବି ସ୍କନ୍ଦ..' ଏଭଳି ଚିଟାଉ ନେଇ ଅକ୍ରୂରଙ୍କ ଗୋପପୁର ଗମନ ଦୃଶ୍ୟ ସହ ଶ୍ରୀକୃଷ୍ଣଙ୍କ ଗୋବର୍ଦ୍ଧନ ଧାରଣ, ଅକ୍ରୂରଙ୍କ କୃଷ୍ଣ-ବଳରାମ ଦର୍ଶନ ଏବ˚ ଗୋପପୁରକୁ ଯିବା ବାଟରେ ଯମୁନା ନଦୀରେ କୃଷ୍ଣପାଦ ଦର୍ଶନ ଦୃଶ୍ୟ ଅଭିନୀତ ହୋଇଥିଲା। କ˚ସଙ୍କ ଚିଟାଉ ନେଇ କୃଷ୍ଣଭକ୍ତ ଅକ୍ରୂରଙ୍କ ଗୋପପୁର ଗସ୍ତ କରିଛନ୍ତି। ବାଟରେ ଯମୁନା ନଦୀରେ କୃଷ୍ଣପାଦ ଦର୍ଶନ କରିଛନ୍ତି। ଦୁଇ ଭାଇଙ୍କୁ ଦେଖିବାପରେ ଆନନ୍ଦରେ ଆଖିରୁ ଝରିଆସିଛି ଆନନ୍ଦାଶ୍ରୁ । ଏଭଳି ମର୍ମସ୍ପର୍ଶୀ ଭାବାବେଗ ଥିଲା ବିଶ୍ବପ୍ରସିଦ୍ଧ ଧନୁଯାତ୍ରାର ଅଷ୍ଟମ ଦିବସରେ। ଗୋପପୁର ଏହି ଦୃଶ୍ୟ ଦେଖି ବିଭୋର ହୋଇଯାଇଥିଲା।
ଗୋପପୁରରେ କୃଷ୍ଣ-ବଳରାମ ଗୋପାଳ ଗୋପାଙ୍ଗନାଙ୍କ ସହିତ ବନବିହାର ଓ ଲୁଚକାଳି ଖେଳିଥିଲେ। ହେଲେ କୁବେରଙ୍କ ଅନୁଚର ଶ˚ଖଚୂଡ଼ ସର୍ପ ଅବିର୍ଭାବ ହୋଇ ଗୋପୀମାନଙ୍କୁ ବହୁ ଅସୁବିଧାରେ ପକାଉଥିଲା। ଏହାକୁ ନେଇ ଗୋପାଳଙ୍କ ମଧୢରେ ଖେଳି ଯାଇଥିଲା ଆତଙ୍କ। ଏନେଇ ଶ୍ରୀକୃଷ୍ଣଙ୍କୁ ଜଣାଇଥିଲେ। ଶେଷରେ କୃଷ୍ଣ ଶ˚ଖଚୂଡ଼କୁ ବଧ କରିଥିଲେ। ସେହିପରି ଶବରୀ କୃଷ୍ଣଙ୍କୁ କୋଳରେ ବସାଇ କୋଳି ଖୁଆଉଥିବା ଦୃଶ୍ୟ ବେଶ୍ ଉପଭୋଗ୍ୟ ହୋଇଥିଲା। ଗୋପରେ ଇନ୍ଦ୍ରଙ୍କ ଦ୍ବାରା ପ୍ରବଳ ବର୍ଷା ହୋଇଥିବାବେଳେ ଗୋପପୁରବାସୀ ଓ ଗୋଧନର ସୁରକ୍ଷା ପାଇଁ ଶ୍ରୀକୃଷ୍ଣ ଗିରିଗୋବର୍ଦ୍ଧନ ଧାରଣ କରିଥିଲେ। ହରିନାମ ଧରି ଅକ୍ରୂରଙ୍କ ନନ୍ଦଭବନକୁ ପ୍ରବେଶ କରିଥିଲେ। ନନ୍ଦଭବନରେ ଅକ୍ରୂରଙ୍କୁ ସମ୍ମାନାର୍ଥେ ସ୍ବାଗତ କରାଯାଇଥିଲା। ଅକ୍ରୂର ତାଙ୍କର ଗୋପପୁର ଆଗମନର ଅଭିପ୍ରାୟ ପ୍ରକାଶ କରିବା ସହ ମହାରାଜ କ˚ସ ପଠାଇଥିବା ଚିଟାଉ ହସ୍ତାନ୍ତର କରିଥିଲେ। ଏହି ସମୟରେ ମହରାଜଙ୍କ କଡ଼ା ଆଦେଶ ସମ୍ପର୍କରେ ମଧୢ ଅକ୍ରୂର ନନ୍ଦରାଜାଙ୍କୁ ଜଣାଇ ଦେଇଥିଲେ। ଅନ୍ୟପକ୍ଷରେ ମହାରାଜ କ˚ସଙ୍କ ପରାକ୍ରମ ଜାରି ରହିଛି। ହେଲେ ଶୟନେ ସପନେ କୃଷ୍ଣଙ୍କ କଥା ମନକୁ ଆସୁଛି। କୃଷ୍ଣ ତାଙ୍କୁ ବଧ କରୁଥିବା ଦୃଶ୍ୟ ମହାପ୍ରତାପୀ କ˚ସଙ୍କୁ ବିଚଳିତ କରୁଛି।