ମଥୁରାନଗରୀ: କୃଷ୍ଣ.. କୃଷ୍ଣ..କୃଷ୍ଣ..। କୃଷ୍ଣଙ୍କ ନାମ ଶୁଣି ଶୁଣି ଅତିଷ୍ଠ ହୋଇପଡ଼ିଛନ୍ତି ମହାରାଜ କ˚ସ। ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସର ନାଟ୍ୟାଭିନୟରେ ଗୋପପୁର ପ୍ରେରଣ କରିଥିବା ରାକ୍ଷସ ରାକ୍ଷସୀଙ୍କ ମୃତ୍ୟୁରେ ମହାରାଜ କ˚ସ ମର୍ମାହତ। ଉପାୟ ପାଞ୍ଚିବା ପାଇଁ ରାଜ ଦରବାରରେ ଡକାଇଛନ୍ତି ଆପାତ ବୈଠକ। କିପରି କୃଷ୍ଣଙ୍କୁ ହତ୍ୟା କରାଯିବ, ସେନେଇ ରଚନା କରିଛନ୍ତି ଷଡ଼୍‌ଯନ୍ତ୍ର। ନାରଦଙ୍କ ପରାମର୍ଶକ୍ରମେ ବିଚାରବିମର୍ଶ ପାଇଁ କରଦ ରାଜ୍ୟର ରାଜାମାନଙ୍କୁ ଆମନ୍ତ୍ରଣ କରିଛନ୍ତି ମଥୁରାନରେଶ ମହାରାଜ କ˚ସ। ହେଲେ ମନ ଭିତରେ ଘାରୁଛି ଭୟ। କାଳୀୟ ନାଗର ଦ˚ଶନରେ କୃଷ୍ଣଙ୍କ ମୃତ୍ୟୁ ସମ୍ବାଦ ପାଇବା ନେଇ ଅପେକ୍ଷା କରି ବସିଛନ୍ତି ମଥୁରାନରେଶ। ହେଲେ ଏହି ହତ୍ୟା ଷଡ଼୍‌ଯନ୍ତ୍ର ମଧୢ ଫେଲ୍‌ ମାରିଛି।

Advertisment

ଏହାପୂର୍ବରୁ ରାଜାଧିରାଜ କ˚ସ ବାହାରିଛନ୍ତି ପାତ୍ରମନ୍ତ୍ରୀଙ୍କ ସହ ନଗର ପରିକ୍ରମାରେ। ପ୍ରଜାଙ୍କ ଦୁଃଖସୁଖ ବୁଝିଛନ୍ତି। ଏହାପରେ ରଙ୍ଗମହଲରେ ପହ˚ଚି ମଜ୍ଜିଯାଇଛନ୍ତି ନୃତ୍ୟଗୀତରେ। ଏହାପରେ ପ୍ରବେଶ କରିଥିଲେ ରାଜଦରବାରରେ। ପାତ୍ରମନ୍ତ୍ରୀ ଓ ଅନ୍ୟ ପାରିଷଦ ବର୍ଗଙ୍କ ଆପାତ ବୈଠକ କରିଥିଲେ। ହେଲେ ଚିନ୍ତାରେ ଥିବା ମହାରାଜଙ୍କ ଦରବାରେ ହଠାତ୍‌ ପହ˚ଚିଥିଲେ ଦେବର୍ଷି ନାରଦ। ପରାମର୍ଶ ଦେଇଥିଲେ ରଙ୍ଗସଭାର ଆୟୋଜନ ପାଇଁ। ନାରଦଙ୍କ ପରାମର୍ଶ ଅନୁସାରେ ଗୁରୁବାର ପଡ଼ୋଶୀ ରାଜ୍ୟଗୁଡ଼ିକର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ‘ର˚ଗସଭା’ର ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ମହାରାଜ। ମଥୁରାର ରାକ୍ଷସ ରାକ୍ଷସୀଙ୍କୁ ମୃତ୍ୟୁ ମୁଖକୁ ଠେଲୁଥିବା ବେଳେ ଗୋପପୁରରେ କୃଷ୍ଣ ବଳରାମ ଅକ୍ଳେଶରେ ଭ୍ରମଣ କରୁଥିବାରୁ କ˚ସ ଯମରାଜଙ୍କ ଉପରେ କ୍ରୋଧାନ୍ବିତ ହୋଇ ଉଠିଛନ୍ତି। ଦଣ୍ତ ବିଧାନ ସ୍ବରୂପ ସେ ଯମରାଜଙ୍କୁ ବନ୍ଦୀ କରି ପକାଇଥିଲେ।