ବରଗଡ଼ ଧନୁଯାତ୍ରା : ନନ୍ଦୋତ୍ସବ ଲାଗି ଗୋପପୁର ଉତ୍ସବମୁଖର

ଗୋପପୁର : ଉତ୍ସବମୁଖର ଗୋପପୁର। ଆନନ୍ଦରେ ଗଦଗଦ ଗୋପପୁରବାସୀ। ‘ଆହାରେ ନନ୍ଦ କୋଳେ ଗୋବିନ୍ଦ’ ଧ୍ୱନିରେ ପ୍ରକମ୍ପିତ ସାରା ଗୋପ। ଖେଳି ଯାଇଛି ଖୁସିର ଲହରୀ। ନନ୍ଦୋତ୍ସବ ସହ ନୃତ୍ୟଗୀତରେ  ବିଭୋର ହୋଇପଡ଼ିଛନ୍ତି ଗୋପପୁରବାସୀ। କୃଷ୍ଣଙ୍କ ବାଲ୍ୟଲୀଳାର ଏକ ନିଚ୍ଛକ ପ୍ରତିଫଳନ ଦେଖିବାକୁ ମିଳିଛି ଗୋପରେ। କୃଷ୍ଣ ପ୍ରେମମୟ ଗୋପପୁର  ଫୁଲଚନ୍ଦନରେ ମଧୁମୟ ହୋଇଉଠିଛି। ଦିବ୍ୟ ମାନବରୂପୀ ଯଶୋଦାଙ୍କ ଅଳିଅଳ କୃଷ୍ଣ ଝୁଲଣାରେ ଝୁଲି ଝୁଲି ପରସି ଯାଉଛନ୍ତି ପ୍ରେମର ମଧୁଭରା ରସ । ଗୋପୀଗୋପାଳ ମଜ୍ଜି ଯାଇଛନ୍ତି କୃଷ୍ଣ  ପ୍ରେମରେ। ଚାରିପଟେ ରାସନୃତ୍ୟ, ନଗର ସଂକୀର୍ତ୍ତନ। ଘରକାନ୍ଥ, ବାଡ଼ ସବୁଆଡ଼େ କୃଷ୍ଣାମୃତବାଣୀ। ଘଣ୍ଟଶଙ୍ଖ, ହୁଳହୁଳି, ସଂକୀର୍ତ୍ତନରେ କୃଷ୍ଣ ଗୋପପୁର ଭ୍ରମଣ କରିଛନ୍ତି। ଗୁରୁବାର ଗୋପପୁରରେ ନନ୍ଦରାଜାଙ୍କ ମହଲକୁ ଏସ୍‌ପି ପଦ୍ମିନୀ ସାହୁ ବିଧିବଦ୍ଧ ଭାବରେ ଉଦଘାଟନ କରିଥିଲେ। ଏହାପରେ ସଂକୀର୍ତ୍ତନ, ଘଣ୍ଟ-ଶଂଖ, ଆଦିବାସୀ ନୃତ୍ୟ, ଢୋଲ ବାଦ୍ୟର ତାଳେ ତାଳେ  ଶୋଭାଯାତ୍ରା ବାହାରିଥିଲା। ନନ୍ଦରାଜା ଓ ରାଣୀ କୃଷ୍ଣଙ୍କୁ ଧରି ଗୋପୀଗୋପାଳଙ୍କ ସହ ଆଗେଇଥିଲେ। ବାଟରେ କୃଷ୍ଣଙ୍କୁ ଝୁଲାରେ ଝୁଲାଇଥିଲେ। ଦରବାରରେ ପହଂଚିବା ପରେ ଏସ୍‌ପି ପଦ୍ମିନୀ ସାହୁ, ଧନୁଯାତ୍ରା ମହୋତ୍ସବ ସମିତି ଆବାହକ ସୁରେଶ୍ୱର ଶତପଥୀ ଙ୍କ ସମେତ ଅତିଥିମାନେ ଏହି ଦରବାରକୁ ଉଦ୍‌ଘାଟନ କରିଥିଲେ।

ସମ୍ବନ୍ଧିତ ଖବର