ଆଜିଠାରୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ପ୍ରସ୍ତୁତି ଶେଷ, କଳାକାର ପ୍ରସ୍ତୁତ

ବରଗଡ଼ : ମଙ୍ଗଳବାର ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତିକୁ ଶେଷ ସ୍ପର୍ଶ ଦିଆଯାଇଛି। ଉଭୟ ମଥୁରା ଏବ˚ ଗୋପପୁର ଆୟୋଜନ ପାଇଁ ଜୋରସୋର ପ୍ରସ୍ତୁତି ଚଳାଇଛନ୍ତି। ମଥୁରା ନଗରୀରେ କ˚ସ ମହାରାଜଙ୍କ ପ୍ରକୋପର ଝଲକ କାନ୍ଥବାଡ଼ରେ ଦେଖିବାକୁ ମିଳୁଛି। ର˚ଗମହଲ ସମେତ ଅନ୍ୟ ସ୍ଥାନରେ ସାଜସଜ୍ଜା ପ୍ରାୟତଃ ଶେଷ ହୋଇଛି। ଶୋଭାଯାତ୍ରାରେ ସାମିଲ ହେବା ପାଇଁ ସା˚ସ୍କୃତିକ ଦଳଗୁଡ଼ିକ ଏବେ ସହରମୁହାଁ। ଏଥର ଭବ୍ୟ ଶୋଭାଯାତ୍ରାର ଆୟୋଜନ ପାଇଁ ଉଦ୍ୟମ ଚାଲିଛି। ମୀନାବଜାର, କ୍ରାଫ୍ଟମେଳା ପାଇଁ ମଧୢ ପ୍ରସ୍ତୁତି ସରିଗଲାଣି। ଗୋପପୁରରେ ମଧୢ ଉତ୍ସାହର ସହ ଆୟୋଜକମାନେ ପ୍ରସ୍ତୁତି ଚଳାଇଛନ୍ତି। ସ˚ଧ୍ୟାରେ ଯାତ୍ରାସ୍ଥଳୀ ପରିଦର୍ଶନ କରି ଆୟୋଜକମାନେ ସନ୍ତୋଷ ପ୍ରକାଶ କରିଛନ୍ତି। ଧନୁଯାତ୍ରା ପାଇଁ ସହର ଚଳଚ˚ଚଳ ହୋଇଯାଇଛି।

ସମ୍ବନ୍ଧିତ ଖବର