ମଥୁରାନଗରୀ : ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଚତୁର୍ଥ ସଂଧ୍ୟାରେ ମହାରାଜା କଂସଙ୍କ ରାଜଅତିଥି ଭାବେ ଯୋଗ ଦେଇଥିଲେ ପଦ୍ମଶ୍ରୀ ହଳଧର ନାଗ ଏବଂ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ କୃପାସିନ୍ଧୁ ମିଶ୍ର। ହଳଧର ନାଗ କଂସ ମହାରାଜଙ୍କ ଦରବାରରୁ ଦୁଇଟି ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି। ପ୍ରଥମେ ହଳଧର ଉଠାଇଛନ୍ତି ବରଗଡ଼ (ମଥୁରାନଗରୀ)ରେ କ୍ୟାନସର ହସ୍ପିଟାଲ ସ୍ଥାପନ ପ୍ରସଂଗ। ଭାରତରେ ଦ୍ବିତୀୟ କ୍ୟାନସର ହସ୍ପିଟାଲ ସିଟି ଭାବେ ବରଗଡ଼ ପରିଚିତ। ଟାଟା ମେମୋରିଆଲ ଟ୍ରଷ୍ଟ ପୂର୍ବ ଓଡ଼ିଶାରେ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା କରିବାକୁ ଯାଉଛି। ପୂର୍ବ ଓଡ଼ିଶାରେ ଆଗରୁ ଦୁଇଟି କ୍ୟାନସର ହସ୍ପିଟାଲ ରହିଛି। ତେଣୁ ସେଠାରେ ଆଉ କ୍ୟାନସର ହସ୍ପିଟାଲ ଖୋଲିବା ଯୁକ୍ତିଯୁକ୍ତ ନୁହେଁ। ବରଗଡ଼ ଏଥିପାଇଁ ଦାବିଦାର। ଏଠାରେ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ନହେଲେ ନବୀନ ନିବାସ ବଗିଚାରେ ଧାରଣାରେ ବସିବି ବୋଲି ହଳଧର ନାଗ ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରାକୁ ସମ୍ବଲପୁରୀ/କୋଶଲି ଭାଷାରେ ପରିବେଷଣ କରିବାକୁ ହଳଧର ନାଗ ଦାବି ରଖିଛନ୍ତି। ଜାତିସଂଘରେ ଓଡ଼ିଶା ହୀରାକୁଦ, ଭୀମଭୋଇ ଏବଂ ଧନୁଯାତ୍ରା ପାଇଁ ପ୍ରସିଦ୍ଧ। ତେଣୁ ମାଟିର ମର୍ଯ୍ୟାଦା ରଖିବାକୁ ହେଲେ ଆମର ମାତୃଭାଷାରେ ଧନୁଯାତ୍ରା ପରିବେଷିତ ହେବା ଉଚିତ ବୋଲି ସେ ଦୃଢ଼ ଦାବି ରଖିଛନ୍ତି।
କଂସ ଦରବାରରୁ ହଳଧରଙ୍କ ଦାବି : କ୍ୟାନସର ହସ୍ପିଟାଲ ନହେଲେ ନବୀନ ନିବାସରେ ଧାରଣା
/sambad/media/post_attachments/wp-content/uploads/2019/01/SBPHO14-BRG-DHANUYATRA.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)