ବରଗଡ଼/ପାଇକମାଲ : ନିର୍ବାଚନର କେଇ ମାସ ପୂର୍ବରୁ ବରଗଡ଼ ଜିଲ୍ଲା କଂଗ୍ରେସର କଳେବର ହୋଇଥିଲା। ସତ୍ୟଭୂଷଣ ସାହୁଙ୍କୁ ସଭାପତି ପଦରେ ଅବସ୍ଥାପିତ କରାଯାଇଥିଲା। କିନ୍ତୁ ନିର୍ବାଚନରେ ନିଜର ଏବଂ ଦଳର ଶୋଚନୀୟ ପ୍ରଦର୍ଶନ ପରେ ଶ୍ରୀ ସାହୁ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ମେଲ୍ ଯୋଗେ ପିସିସି ପାଖକୁ ପଠାଇଛନ୍ତି। ପରାଜୟ ପାଇଁ ନୈତିକତା ଦୃଷ୍ଟିରୁ ସେ ଇସ୍ତଫା ଦେଇଥିବା ଦର୍ଶାଇଛନ୍ତି। ସୂଚନାଯୋଗ୍ୟ, ଜିଲ୍ଲାର ୫ଟି ବିଧାନସଭା ଆସନରେ କଂଗ୍ରେସ ଦୟନୀୟ ସ୍ଥିତିରେ ରହିଥିଲା। ସବୁଠି ଦଳ ତୃତୀୟ ସ୍ଥାନରେ ରହିଥିଲା। ସତ୍ୟଭୂଷଣ ଖୋଦ୍ ପଦ୍ମପୁର ଆସନରୁ ଲଢ଼ିଥିଲେ। ତାଙ୍କୁ ମାତ୍ର ୩୨,୭୮୭ ଭୋଟ୍ ମିଳିଥିଲା। ଯାହା ନିର୍ବାଚନମଣ୍ଡଳୀର ସମୁଦାୟ ଭୋଟ୍ର ମାତ୍ର ୧୬.୨୫ ପ୍ରତିଶତ। ଅନ୍ୟପକ୍ଷରେ ବିଜେପୁରରେ କଂଗ୍ରେସର ଭୋଟ୍ ହାର ୭.୭୫, ବରଗଡ଼ରେ ୧୦.୦୯, ଅତାବିରାରେ ୧୨.୫୪ ଏବଂ ଭଟଲିରେ ସର୍ବନିମ୍ନ ୪.୫ ପ୍ରତିଶତ ରହିଥିଲା। ଦଳ ନିଜ ପରାଜୟ ପାଇଁ ସମୀକ୍ଷା କରିବା ପୂର୍ବରୁ ସତ୍ୟଭୂଷଣ ସଭାପତି ପଦ ଛାଡ଼ି ଦେଇଛନ୍ତି।
ବରଗଡ଼ ଜିଲ୍ଲା କଂଗ୍ରେସ ସଭାପତିରୁ ସତ୍ୟଭୂଷଣଙ୍କ ଇସ୍ତଫା
/sambad/media/post_attachments/wp-content/uploads/2019/05/president-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)