ବରଗଡ଼ : କୋଭିଡ୍ କଟକଣା ଦ୍ବାରା ପୂର୍ବରୁ ସାଧାରଣତନ୍ତ୍ର ଦିବସ ପରେଡ୍ ଫିକା ପଡ଼ିଥିଲା। ଏଥର ଭବ୍ୟ ହିସାବରେ ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡ଼ିଆ ଠାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ଏଥିରେ ରାଜ୍ୟ ଯୋଜନା ଓ ସମନ୍ବୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଧ୍ବଜାରୋହଣ କରିଥିଲେ। ନିଜ ଅଭିଭାଷଣରେ ଶ୍ରୀ ବେହେରା ମହାପୁରୁଷ ଏବଂ ସଂଗ୍ରାମୀମାନଙ୍କ ସ୍ମୃତିଚାରଣ କରିଥିଲେ। ବରଗଡ଼ ଜିଲ୍ଲାର ସଂଗ୍ରାମୀ ଇତିହାସ, ପର୍ଯ୍ୟଟନ, ସଂସ୍କୃତି ଏବଂ ଐତିହ୍ୟ ଅର୍ନ୍ତଜାତିକ ସ୍ତରରେ ସ୍ବତନ୍ତ୍ର ପରିଚିତି ପାଇଛି ବୋଲି ସେ କହିଥିଲେ।
ଏହି ଅବସରରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ବିଭିନ୍ନ ବିଦ୍ୟାଳୟ ପକ୍ଷରୁ ୧୩ଟି ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଳେ। ୭ଟି ପ୍ରଜ୍ଞାପନ ମେଢ଼ ମଧ୍ୟ ପ୍ରଦର୍ଶିତ ହୋଇଥିଲା। ଉତ୍ସବରେ ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲାପାଳ ମୋନିଷା ବାନାର୍ଜୀ, ଏସ୍ପି ପରମାର ସ୍ମିତ ପୁରୁଷୋତ୍ତମ ଦାଶଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଡିଆଇପିଆର୍ଓ କଲ୍ୟାଣୀ ଦାଶ ଉତ୍ସବ ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/baragarh-d.jpg)