ଘଟଗାଁ : ବାର୍‌ହାଟିପୁରା ମକର ମେଳା ବନ୍ଦ

ଘଟଗାଁ : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍‌ ବାର୍‌ହାଟିପୁରା ନୀଳକଣ୍ଠେଶ୍ବର ମକର ମେଳା ଏଥର କରୋନା କଟକଣା ପାଇଁ ବନ୍ଦ ରହିଛି। ସାମାଜିକ ଦୂରତ୍ବ ରକ୍ଷା କରି କେବଳ ଶ୍ରଦ୍ଧାଳୁଙ୍କୁ ଦର୍ଶନ କରିବା ପାଇଁ ସୁଯୋଗ ଦିଆଯିବ। ସ୍ବଳ୍ପ ସଂଖ୍ୟକ କାର୍ଯ୍ୟକର୍ତ୍ତାଙ୍କୁ ନେଇ ହୋମଯଜ୍ଞ ଓ ଗୀତାଯଜ୍ଞ ହେବ। ପ୍ରସାଦ ବଣ୍ଟନ ବ୍ୟବସ୍ଥା ବନ୍ଦ ରହିବ ବୋଲି ମନ୍ଦିର କମିଟି ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ପ୍ରସିଦ୍ଧ ବାର୍‌ହାଟିପୁରା ମକର ମେଳା ୧୫ ଦିନ ଧରି ଚାଲିଥାଏ। ମେଳାରେ ୫୦୦ରୁ ଊର୍ଦ୍ଧ୍ବ ଦୋକାନ ବସିଥାଏ। କରୋନା ପାଇଁ ଏଥର ମେଳା ବନ୍ଦ ଥିବାବେଳେ ପଡ଼ିଆ ଖାଁ ଖାଁ ଲାଗୁଛି।

ସମ୍ବନ୍ଧିତ ଖବର