ପ୍ରତିଶ୍ରୁତି ରଖିପାରିଲେନି : ଫାଇଲ୍‌ରେ ରହିଗଲା ବରମୁଣ୍ଡା ବସଷ୍ଟାଣ୍ଡ ବିକାଶ

କ୍ୟାବିନେଟ୍ ଅନୁେମାଦନ ପାଇଁ ଦେଢ ମାସ ହେଲା ପଡ଼ିଛି

ଭୁବନେଶ୍ବର : ଜାନୁଆରି, ୨୦୧୮ରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ‌େହାଇଥିଲା ଯେ, ବରମୁଣ୍ଡା ବସଷ୍ଟା‌ଣ୍ଡ ଉନ୍ନତୀକରଣ ପାଇଁ ଟେଣ୍ଡର ପ୍ରକ୍ରିୟା ଜୁନ୍, ୨୦୧୮ ‌ସୁଦ୍ଧା ଶେଷ ହେବ। ପ୍ରଥମ ପର୍ଯ୍ୟାୟ କାମ ଏପ୍ରିଲ, ୨୦୧୯ ସୁଦ୍ଧା ସରିବ। ୨ବର୍ଷ ଭିତରେ ବରମୁଣ୍ତା ବସଷ୍ଟାଣ୍ତ ରାଜ୍ୟର ପ୍ରଥମ ଅନ୍ତଃରାଜ୍ୟ ବସଷ୍ଟାଣ୍ତ୍‌ରେ ପରିଣତ ହେବ। କିନ୍ତୁ ଦୁଇଟା ଏପ୍ରିଲ ଯାଇ ଜୁଲାଇ ମାସ ହେଲାଣି, ବସ୍‌ଷ୍ଟାଣ୍ଡ ଉନ୍ନତୀକରଣ ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟା ସରିନି।

ସରକାରଙ୍କ ଉଚ୍ଚାରଣ ଓ ଆଚରଣ ଭିତରେ ଦୂରତା କେତେ ଏହି େଗାଟିଏ ପ୍ରକଳ୍ପ ସୂଚାଇ ଦେଉଛି।

ବରମୁଣ୍ଡା ବସଷ୍ଟାଣ୍ଡ ଉନ୍ନତୀକରଣ ପାଇଁ ପ୍ରଥମେ ପ୍ରସ୍ତୁତ ହୋଇଥିବା ଡିଜାଇନ୍‌କୁ ଭୁବନେଶ୍ବର ବିମାନବନ୍ଦର କର୍ତ୍ତୃପକ୍ଷ ଏନ୍‌ଓସି ଦେଲେ ନାହିଁ। ଏହା ବଦଳିଲା। ଅଗଷ୍ଟ, ୨୦୧୮ରୁ ନୂଆ ଡିଜାଇନ୍ ଅନୁଯାୟୀ ସରକାର ପୁଣି ଥରେ ଟେଣ୍ଡରକୁ ଗଲେ। ଇତିମଧ୍ୟରେ ବର୍ଷେ ବିତିଗଲାଣି। ଅଥଚି ଏଲ୍‌-୧ ହୋଇଥିବା ସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯାଇପାରୁନି।

କାହିଁକି ଦିଆଯାଇପାରୁନି ତା’ର କାରଣ ବିସ୍ମିତ କଲାଭଳି।

ଏହି ପ୍ରକଳ୍ପର ଖର୍ଚ୍ଚ ଅଟକଳ ପ୍ରାୟ ୧୭୦କୋଟି ଟଙ୍କା। ଏଣୁ କ୍ୟାବିନେଟ୍ ଅନୁମୋଦନ କରାଯିବା ଦରକାର। ବିଡିଏ କର୍ତ୍ତୃପକ୍ଷ ତାଙ୍କ ସ୍ତରରେ ଟେଣ୍ଡର ପ୍ରକ୍ରିୟା ଶେଷ କରି କ୍ୟାବିନେଟ ଅନୁମୋଦନ ପାଇଁ ଏହାକୁ ପ୍ରାୟ ଦେଢ଼ ମାସ ହେଲା ନଗର ଉନ୍ନୟନ ବିଭାଗକୁ ପଠାଇଛନ୍ତି। କିନ୍ତୁ କ୍ୟାବିେନଟକୁ ଆସିପାରୁନାହିଁ। ମୁଖ୍ୟ ଶାସନ ସଚିବ ଯେଉଁ ତତ୍ପରତା ଦେଖାଇ ଦେଢ଼ବର୍ଷ ତଳେ ଘୋଷଣା କରିଥିଲେ, ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରି ଆଗ୍ରହ ଦେଖାଇଥିଲେ, ତାକୁ ଆଉକେହି ନୁେହଁ, ତାଙ୍କରି ଅଫିସର ତଳେ ଏହି ପ୍ରକଳ୍ପର ଭାଗ୍ୟକୁ ଫାଇଲ ଭିତରେ ବାନ୍ଧି ଦେଇଛନ୍ତି।

ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ବରମୁଣ୍ଡା ବସଷ୍ଟାଣ୍ଡ ଉନ୍ନତୀକରଣ କାମ ଆରମ୍ଭ କରିବାକୁ ଆମେ ପ୍ରସ୍ତୁତ ଅଛୁ। ହେଲେ ଏହାର ଟେଣ୍ଡର ପ୍ରକ୍ରିୟା ଶେଷ ହୋଇନି। ଟେଣ୍ଡର ଅନୁମୋଦନ ପାଇଁ କ୍ୟାବିନେଟ୍‌ର ସହମତି ଦରକାର। ‌କ୍ୟାବିନେଟ୍ ଯେବେ ଏହି ପ୍ରକଳ୍ପକୁ ଅନୁମୋଦନ କରିବ ତାହା ପରେ କାମ ଆରମ୍ଭ ହେବ।

ସୂଚନାଯୋଗ୍ୟ ଯେ, ବରମୁଣ୍ତା ବସଷ୍ଟାଣ୍ତକୁ ଅନ୍ତଃରାଜ୍ୟ ବସ୍‌ ଟର୍ମିନାଲରେ ପରିଣତ କରିବା ପାଇଁ ବିଡିଏ ପକ୍ଷରୁ ଦିଲ୍ଲୀର ଦିଲ୍ଲୀ ଇଣ୍ଟିଗ୍ରେଟେଡ୍‌ ମଲ୍ଟି ମୋଡାଲ ଟ୍ରାନଜିଟ୍‌ ସିଷ୍ଟମ ଲିମିଟେଡ୍‌ (ଡିଆଇଏମ୍‌ଟିଏସ୍‌) ସଂସ୍ଥାକୁ ନିୟୋଜିତ କରାଯାଇଥିଲା। ଡିଜାଇନ୍ ବି ପ୍ରସ୍ତୁତ ସରିଥିଲା। ପ୍ଲାନ୍ ଅନୁମୋଦନ ପାଇଁ ବିଡିଏ ବିଭିନ୍ନ ସଂସ୍ଥାରୁ ଏନ୍‌ଓସି ମାଗିଥିଲା। କିନ୍ତୁ ଏହି ଡିଜାଇନ୍‌ରେ ବସଷ୍ଟାଣ୍ଡରେ ନିର୍ମାଣ ହେବାକୁ ଥିବା ବିଲଡିଂର ଉଚ୍ଚତା ୨୮ମିଟର ଥିବାରୁ ଏହାକୁ ବିମାନବନ୍ଦର କର୍ତ୍ତୃପକ୍ଷ ଏନ୍‌ଓସି ଦେଇନଥିଲେ। ସେତେବେଳେ ବିମାନବନ୍ଦର କର୍ତ୍ତୃପକ୍ଷ କହିଥିଲେ, ଏହି ବସ୍‌ ଟର୍ମିନାଲ ଉପର ଦେଇ ବିମାନଗୁଡ଼ିକ ରନେଵକୁ ଯାଉଥିବାରୁ ସୁୁଉଚ୍ଚ ବିଲଡି˚ ବିମାନ ଅବତରଣରେ ବାଧକ ସାଜିବାର ଆଶଙ୍କା ଅଛି। ତେଣୁ ଡିଜାଇନ୍ ବଦଳାଯାଉ। ଏହାପରେ ବିଡିଏ ପୁଣି ଡିଜାଇନ୍ ବଦଳାଇବାକୁ ଡିଆଇଏମ୍‌ଟିଏସ୍‌ କହିଥିଲା।

ପୁଣି ତିନି ମାସର କସରତ ପରେ ଡିଜାଇନ୍ ବଦଳିଥିଲା। ଏଥିରେ ଟର୍ମିନାଲ ବିଲଡିଂର ଉଚ୍ଚତା ୧୫ମିଟର ରଖାଯାଇଛି। ଏହି ନୂଆ ଡିଜାଇନ୍‌କୁ ରାଜ୍ୟ ସରକାର ଅନୁମୋଦନ କରିବା ପରେ ବିଡିଏ ସମସ୍ତ ସଂସ୍ଥାରୁ ଏନ୍‌ଓସି ଆଣି ଏହାର ପ୍ଲାନ୍ ଅନୁମୋଦନ କରିଛି।

ଏବେ ଏକଥା ସ୍ପଷ୍ଟ େହାଇଗଲାଣି, ୨୦୨୦ ଏପ୍ରିଲ ସୁଦ୍ଧା ବରମୁଣ୍ତା ବସଷ୍ଟାଣ୍ତକୁ ନୂଆ ରୂପ ଦେବାକୁ େଯଉଁ ଯୋଜନା ହୋଇଥିଲା, ତାହା ଆଉ ସମ୍ଭବ ନୁହେଁ। ଅକ୍ଟୋବର, ୨୦୨୦ ସୁଦ୍ଧା ପୂରା ବସଷ୍ଟାଣ୍ଡର ଉନ୍ନତୀକରଣ କାମ ସାରିବାକୁ େଯଉଁ ଲକ୍ଷ୍ୟ ରଖାଯାଇଥିଲା, ତାହା ସରକାରଙ୍କ ପ୍ରତିଶ୍ରୁତି ଭିତରେ ରହିଗଲା।

ନୂଆ ଡିଜାଇନରେ କ’ଣ ରହିଛି

ବସଷ୍ଟାଣ୍ତକୁ ଟର୍ମିନାଲ ଅଞ୍ଚଳ ଏବ˚ ବାଣିଜ୍ୟିକ ଅଞ୍ଚଳ ଦୁଇଟି ପୃଥକ ଭାବେ ବିକଶିତ କରାଯିବ। ପ୍ରାୟ ୧୫.୫ଏକର ଅଞ୍ଚଳରେ ଥିବା ବରମୁଣ୍ତା ବସଷ୍ଟାଣ୍ତର ୧୧ଏକର ଜାଗାରେ ବିକାଶ କରାଯିବ। ବାକି ୪.୫ଏକର ଜମି ଭବିଷ୍ୟତର ସମ୍ପ୍ରସାରଣ ପାଇଁ ସ˚ରକ୍ଷିତ ରହିବ।

ବସ୍‌ ଟର୍ମିନାଲକୁ ଯାତ୍ରୀମାନେ ଯେପରି ସୁବିଧାରେ ଯାତାୟତ କରିପାରିବେ ସେଥିପାଇଁ ଅଧିକ ସ˚ଖ୍ୟକ ସିଟି ବସ୍‌ ଚଳାଚଳ କରିବ। ପ୍ରସ୍ତାବିତ ନୂତନ ବସ୍‌ ଟର୍ମିନାଲରେ ଫୁଡ୍‌ କୋର୍ଟରୁ ଆରମ୍ଭ କରି ଆବଶ୍ୟକୀୟ ପାର୍କି˚, ଏଲିଭେଟର ଓ ଏସ୍‌କ୍ଲାଭେଟର‌୍‌ ରହିବ। ପାନୀୟ ଜଳ ଯୋଗାଣ, ବର୍ଜ୍ୟ ଜଳ ବିଶୋଧନ, ବସ୍‌ ଧୋଇବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା, ପୂରା ବସଷ୍ଟାଣ୍ତରେ ଵାଇଫାଇ ସେବା ଉପଲବ୍ଧ ହେବ। ସୌରଶକ୍ତି ବ୍ୟବସ୍ଥାରେ ବିଦ୍ୟୁତ ସ˚ଯୋଗ ହେବ।

ଏହି ବସଷ୍ଟାଣ୍ତର ସ୍ବତନ୍ତ୍ରତା ହେବ ଏଠାରୁ ବିଶାଖପାଟଣା, ହାଇଦ୍ରାବାଦ, ରାୟପୁର, ରାଞ୍ଚି, କୋଲକତା, ବେଙ୍ଗାଲୁର ସମେତ ଦେଶର ବିଭିନ୍ନ ସ୍ଥାନକୁ ନିୟମିତ ବସ୍‌ ଚଳାଚଳ କରିବ। ଉଭୟ ଘରୋଇ ଓ ଓଏସ୍‌ଆରଟିସି ଏହି ବସ୍‌ ସେବା ଯୋଗାଇବେ ବୋଲି ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର