୧୬୦ କୋଟି ଟଙ୍କାରେ ବ୍ୟୟରେ ବଦଳିଯିବ ବରମୁଣ୍ଡା ବସଷ୍ଟାଣ୍ଡର ଚେହେରା

ଭୁବନେଶ୍ୱର: ଦୁଇ ବର୍ଷ ମଧ୍ୟରେ ରାଜଧାନୀର ପ୍ରମୁଖ ବସ ଚଳାଚଳ କେନ୍ଦ୍ର ବରମୁଣ୍ଡା ବସଷ୍ଟାଣ୍ଡର ଚିତ୍ର ବଦଳିଯିବ | ଏଥିପାଇଁ ଆଜି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି | ବରମୁଣ୍ଡା ବସଷ୍ଟାଣ୍ଡର, ଉନ୍ନତୀକରଣ, ଆଧୁନିକୀକରଣ, ଭିତ୍ତିଭୂମି ବିକାଶ ତଥା ପୁନଃନିର୍ମାଣ ପାଇଁ ୧୬୦ କୋଟି ୬୬ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ | ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି କ୍ୟାବିନେଟ ବୈଠକରେ ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ବେଳେ ବରମୁଣ୍ଡା ବସଷ୍ଟାଣ୍ଟ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ଆନ୍ତଃ ରାଜ୍ୟ ବସ ଟର୍ମିନାଲ ସହ ଖଣ୍ଡଗିରିଠାରେ ବସ ଡିପୋ ନିର୍ମାଣ ପାଇଁ ଟେଣ୍ଡରକୁ ଅନୁମୋଦନ ଦେଇଛି କ୍ୟାବିନେଟ । ବିଡିଏର ତଦାରଖରେ ଏହି ଟର୍ମିନାଲକୁ ଭାରତ ସରକାରଙ୍କ ସଂସ୍ଥା ବ୍ରିଜ ଏଣ୍ଡ ରୁଫ ନିର୍ମାଣ କରିବ ।

୫ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ଦାୟିତ୍ୱ ନେବ ସଂପୃକ୍ତ ସଂସ୍ଥା । ବସ ଟର୍ମିନାଲ ପାଇଁ ୧୩୧୭୧୩ ବର୍ଗ ଫୁଟର ସ୍ଥାନ ସହ ବ୍ୟବସାୟିକ ସ୍ଥାନ ପାଇଁ ୧୭୦୯୧୨ ବର୍ଗ ଫୁଟର ସ୍ଥାନ ରହିବ | ସେହିପରି ଏଠାରେ ଜନସାଧାରଣଙ୍କ ସୁବିଧା ପାଇଁ ୨୫୦ରୁ ଅଧିକ ଚାରିଚକିଆ ଯାନ ଓ ୧୭୫ଟି ଦୁଇ ଚକିଆ ଯାନର ପାର୍କିଙ୍ଗ ନିମନ୍ତେ ବ୍ୟବସ୍ଥା ରହିବ | ଏଠାରେ ସୂଚନା ଥାଉ କି ବର୍ଷକ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରମୁଣ୍ଡା ବସଷ୍ଟାଣ୍ଡର ପରିକଳ୍ପିତ ଚିତ୍ର ନିଜ ଟ୍ୱିଟରରେ ପୋଷ୍ଟ କରିଥିଲେ |

ସମ୍ବନ୍ଧିତ ଖବର