ବାରଙ୍ଗ-ଖୋର୍ଦ୍ଧା ରେଳପଥ ସ˚ପ୍ରସାରଣ କାର୍ଯ୍ୟ : ଷ୍ଟାଟସ ରିପୋର୍ଟ ଦାଖଲ ନିର୍ଦ୍ଦେଶ

କଟକ : ବାରଙ୍ଗ-ଖୋର୍ଦ୍ଧା ମଧୢରେ ରେଳପଥ ନିର୍ମାଣର ଅଗ୍ରଗତି ପ୍ରସ˚ଗରେ ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟ ରେଳ ବିକାଶ ନଗମ ଓ ପୂର୍ବତଟ ରେଳବାଇକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‌.ଜାଭେରୀ ଓ ଜଷ୍ଟିସ ଏସ୍‌.ଏନ୍‌.ପ୍ରସାଦଙ୍କୁ ନେଇ ଗଠିତ ଖଣ୍ତପୀଠ ଓଡ଼ିଶା ଉପଭୋକ୍ତା ସ˚ଘ ଓ ଆଇନଜୀବୀ ଦିଲ୍ଲୀପ ମହାପାତ୍ରଙ୍କ ପକ୍ଷରୁ ଦାୟର ଏ ସ˚ପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ବାରଙ୍ଗ-ଖୋର୍ଦ୍ଧା ରୋଡ୍‌ ମଧୢରେ ପ୍ରସ୍ତାବିତ ରେଳପଥ ସ˚ପ୍ରସାରଣ କାର୍ଯ୍ୟ ୧୦ ବର୍ଷ ପୂବେ ସରିବା କଥା। କିନ୍ତୁ ନିର୍ଦ୍ଧାରିତ ସମୟ ଅତିକ୍ରାନ୍ତ ହୋଇଥିବା ବେଳେ ଏହି କାର୍ଯ୍ୟ ସ˚ପୂର୍ଣ୍ଣ ହୋଇ ପାରି ନାହିଁ। ମାମଲାକୁ ସ˚ଘ ପକ୍ଷରୁ ଆଇନଜୀବୀ ଦିଲ୍ଲୀପ ମହାପାତ୍ର, ବିରଜା ପ୍ରସନ୍ନ ବଳ, ଏ କେ ସାହୁ, ଦେବପ୍ରସାଦ ମହାପାତ୍ର ପ୍ରମୁଖ ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର