ବାରବାଟୀ-କଟକ,ସାଲେପୁର ଏବଂ ଜୟପୁର ଆସନ: କାହା ଉପରେ ଭରସା କରିବ ବି‌ଜେପି?

 

ଭୁବନେଶ୍ବର: ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଓଡ଼ିଶାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି ।  ଦଳ ପକ୍ଷରୁ୨୧ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ତାଲିକାରେ  କଟକର ୨ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇ ନାହିଁ।

କଟକ ଜିଲ୍ଲାର ବାରବାଟୀ-କଟକ ଓ ସାଲେପୁର ପାଇଁ ଦଳ ପକ୍ଷରୁ ନାମ ଘୋଷଣା କରାଯାଇ ନାହିଁ। ସେହିପରି ଜୟପୁରର ଆସନରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇ ନାହିଁ।

ବାରବାଟୀ-କଟକ,ସାଲେପୁର ଏବଂ ଜୟପୁର ଆସନ ନେଇ କାହା ଉପରେ ବିଜେପି ଭରସା କରିବ ସେଥିପାଇଁ ରାଜନୈତିକ ମହଲରେ ନାନା କଳ୍ପାନଜଳ୍ପନା ପ୍ରକାଶ ପାଇଛି। ବିଜେପି ଏସବୁ ଆସନରେ ନୂଆ ଏକ୍ପପେରିମେଣ୍ଟ କରିବ କି ବୋଲି ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର