ବାହାଘର ସାରି ବୋଲେରୋରେ ଫେରୁଥିଲେ ବରଯାତ୍ରୀ, ଟ୍ରକ୍ ସହ ମୁହାଁମୁହିଁ ଧକ୍କାରେ ଚାଲିଗଲା ୩ ଜୀବନ

ବରଗଡ଼: ଏକ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣ ଗୁରୁତରଙ୍କୁ ରାୟଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ମୃତକମାନେ ହେଲେ ବରଗଡ଼ ଜିଲ୍ଲା କଟାପାଲି ଗାଁର ସୌରଭ ବରେଇ, ଅମ୍ବାଭୋନା ବ୍ଲକ୍‌ ଭୁକ୍ତାର କିଶନ ପଟେଲ ଏବଂ ଛତିଶଗଡ଼ କୁଣ୍ଡାତରେଇର ବିକାଶ ମେହେଟା। ଗୁରୁତରମାନେ ହେଉଛନ୍ତି କଟାପାଲିର ତୁଷାର ସାହୁ ଓ ଚନ୍ଦ୍ର ମେହେର। ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ସାଢେ ୧୦ଟା ବେଳେ ବରଗଡ଼ ଜିଲ୍ଲାର କଟାପାଲିର କେତେକ ବରଯାତ୍ରୀ ଏକ ବୋଲେରୋରେ ଛତିଶଗଡ଼ର ରାୟଗଡ଼ରୁ ଫେରୁଥିବା ବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

ଛତିଶଗଡ଼ର ବରିଆ ନିକଟରେ ଏକ ଟ୍ରକ୍ ସହ ବରଯାତ୍ରୀ ନେଇ ଫେରୁଥିବା ବୋଲେରୋର ମୁହାଁମୁହିଁ ଧକ୍କା ହୋଇଥିଲା। ଏହାଫଳରେ ଘଟଣାସ୍ଥଳରେ ତିନିଜଣଙ୍କର ପ୍ରାଣହାନି ଘଟିଥିଲା। ସମସ୍ତ ମୃତାହତ ବରଗଡ଼ କଟାପାଲି ଅଞ୍ଚଳର ବୋଲି ଜଣାଯାଇଛି। ୫ ଗୁରୁତରଙ୍କ ଭିତରୁ ଦୁଇଜଣଙ୍କୁ ବୁର୍ଲା ମେଡକାଲରେ ଭର୍ତ୍ତି କରାଯାଇଥିବା ବେଳେ ୩ ଜଣ ବରଗଡ଼ର ଏକ ବେସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର