ଭୁବନେଶ୍ବର : ବରଗଡ଼ ସିଡିଏମ୍ଓଙ୍କୁ ଜିଲ୍ଲାପାଳଙ୍କ ଦୁର୍ବ୍ୟବହାର ଘଟଣାକୁ ନିନ୍ଦା କରିଛି ରାଜ୍ୟ ମେଡିକାଲ ସେବା ସଂଘ(ଓମ୍ସା)। ଏହି ଘଟଣାରେ ରାଜ୍ୟ ସରକାର ବିହିତ ପଦକ୍ଷେପ ଗ୍ରହଣ କରିବା ଲାଗି ଓମ୍ସାର ସଭାପତି ଡା.ନାରାୟଣ ରାଉତ ଓ ରାଜ୍ୟ ସଂପାଦକ ଡା.ବିଶ୍ବଜିତ ସାମଲ ଏକ ପ୍ରେସ୍ ବିବୃତ୍ତିରେ ଦାବି କରିଛନ୍ତି।
ଓମ୍ସା ପକ୍ଷରୁ କୁହାଯାଇଛି ଯେ ଚଳିତମାସ ୨୧ ତାରଖିରେ କୌଣସି ଟେଣ୍ଡର ପ୍ରକ୍ରିୟାକୁ ନେଇ ବରଗଡ ଜିଲ୍ଲାପାଳ ସିଡିଏମ୍ଓ ଡା. ଚାରୁବାଳା ରଥଙ୍କୁ ଫୋନ କରିଥିଲେ। ଡା.ରଥ ଏହା ସଂପର୍କରେ ବୁଝିକି କହୁଛି ବୋଲି ଉତ୍ତର ଦେବାରୁ ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରିବା ସହିତ ଉଚ୍ଚ ସ୍ବରରେ ତାଙ୍କୁ ଅଯୋଗ୍ୟ ଓ ଚେୟାର ଛାଡି ଦିଅନ୍ତୁ ବୋଲି ଗାଳି କରିଥିଲେ। ଜିଲ୍ଲାପାଳଙ୍କ ବ୍ୟବହାରରେ ସିଡିଏମ୍ଓ ମ୍ରିୟମାଣ ହୋଇଛନ୍ତି ଓ ତାଙ୍କର ଅସନ୍ତୋଷକୁ ସରକାରଙ୍କୁ ଜଣାଇଛନ୍ତି। ତେଣୁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଲାଗି ଓମ୍ସା ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/baragarh-collector.jpg)