ବିଜେପୁର ଉପନିର୍ବାଚନ: ୧୩୫ ସମ୍ବେଦନଶୀଳ ବୁଥରେ କଡ଼ା ସୁରକ୍ଷା ବ୍ୟବସ୍ଥା, ୧୪ଟିରେ ଲାଗିବ ସିସିଟିଭି

ଭୁବନେଶ୍ୱର: ଆଗାମୀ ୨୧ତରିଖରେ ବିଜେପୁର ଉପନିର୍ବାଚନକୁ ନିରପେକ୍ଷ ଓ ଅବାଧ କରିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରିଛି ବରଗଡ଼ ଜିଲ୍ଲା ପ୍ରଶାସନ । ଉପନିର୍ବାଚନ ପାଇଁ ବିଜେପୁରରେ ହୋଇଛି ୨୮୫ଟି ପୁଲିଂ ବୁଥ୍‌ । ଏହା ମଧ୍ୟରୁ ପ୍ରଶାସନ ୧୩୫ଟି ବୁଥକୁ ସମ୍ବେଦନଶୀଳ ବୋଲି ଚିହ୍ନଟ କରିଛି । ଏହି ସମସ୍ତ ସମ୍ବେଦନଶୀଳ ବୁଥରେ ବ୍ୟାପକ ସୁରକ୍ଷାର ବନ୍ଦୋବସ୍ତ କରାଯିବ । ୭ଟି ବୁଥରେ ୱେବ କାଷ୍ଟିଂ କରାଯିବ । ୧୪ଟି ବୁଥରେ ସିସିଟିଭି ଲଗାଯିବା ସହ ୧୬ଟି ବୁଥରେ ଭିଡିଓଗ୍ରାଫି କରିବାକୁ ନିଷ୍ପତି ନିଆଯାଇଛି । ୭୭ଟି ସ୍ଥାନରେ ମାଇକ୍ରୋ ଅବଜରଭରଙ୍କୁ ନିଯୁକ୍ତ କରାଯିବ ବୋଲି କହିଛନ୍ତି ବରଗଡ଼ ଜିଲ୍ଲାପାଳ । ମୋଟ୍‌ ୨ଲକ୍ଷ ୩୨ହଜାର୨୬୪ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ ବୋଲି ଜଣା ପଡ଼ିଥିବା ବେଳେ ୨୪ରେ ଭୋଟ୍‌ ଗଣତି ଓ ୨୭ ତାରିଖ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ ହେବ ବୋଲି ଜଣା ପଡ଼ିଛି ।

Image result for election
News18.com

ସୂଚନା ମୁତାବକ, ବିଜେପୁର ଉପନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହେଉଛି । ଶେଷ ମୂହୁର୍ତ୍ତରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ପ୍ରୟାସ କରୁଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ । ବିଜେଡି ପକ୍ଷରୁ ପ୍ରଚାର ଦାୟିତ୍ୱରେ ଥିବା ନେତା, ମନ୍ତ୍ରୀ ଆଜି ଘର ଘର ବୁଲି ପ୍ରଚାର କରୁଛନ୍ତି । ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅରୁଣ ସାହୁ ଓ ସୁଶାନ୍ତ ସିଂହଙ୍କ ସହ ସଂଜୟ ଦାସବର୍ମା ଓ ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ପ୍ରଚାର କାର୍ଯ୍ୟ ଚଳାଇଛନ୍ତି । ସେପଟେ ବିଜେପି ପ୍ରଚାରର ମଙ୍ଗ ଧରିଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ । କଂଗ୍ରେସ ପ୍ରାର୍ଥୀଙ୍କ ଲାଗି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଓ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରଚାର ଚଳାଇଛନ୍ତି ।

ସମ୍ବନ୍ଧିତ ଖବର