ସରିଲା ଧନୁଯାତ୍ରା : ମଞ୍ଚରୁ ପଡ଼ି କଂସ ମଲା

କୃଷ୍ଣଙ୍କ ଜୟଧ୍ୱନିରେ ମଥୁରା ପ୍ରକମ୍ପିତ, ଉଗ୍ରସେନଙ୍କ ରାଜ୍ୟାଭିଷେକ

ମଥୁରାନଗରୀ : ଏଗାର ଦିନର କ˚ସରାଜରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଭଗବାନ ଶ୍ରୀକୃଷ୍ଣଙ୍କ ହାତରେ କ˚ସ ନିଧନ ସହ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଶେଷ ହୋଇଛି। ଆଉ ଶୁଭିବ ନାହିଁ ସେହି ପ୍ରକମ୍ପିତ ଅଟ୍ଟହାସ୍ୟ। ନିରବୀ ଯାଇଛି ରଙ୍ଗମହଲ ଓ ରାଜଦରବାର। ଅପସରି ଯାଇଛି ନାଟ୍ୟାଭିନୟ। ସତ୍ୟ ଓ ନ୍ୟାୟର ପ୍ରତିଷ୍ଠା ହୋଇ ମହାରାଜ ଉଗ୍ରସେନଙ୍କ ରାଜ୍ୟାଭିଷେକ ହୋଇଛି। କୃଷ୍ଣଙ୍କ ଜୟଧ୍ବନିରେ ପ୍ରକମ୍ପିତ ହୋଇଛି ମଥୁରା ନଗରୀ।

ଧନୁଯାତ୍ରାର ଶେଷ ଦିବସର ନାଟ୍ୟାଭିନୟ କ୍ରମରେ କୃଷ୍ଣବଳରାମଙ୍କ ମଥୁରା ଭ୍ରମଣ କରିଥିଲେ। ସେମାନଙ୍କ ଅଲୌକିକ ଶକ୍ତି ସମ୍ପର୍କରେ ଗୁପ୍ତଚରଙ୍କଠାରୁ ଜାଣି ମହାରାଜ ପୁଣି ସେହି ଦୈବବାଣୀକୁ ମନେ ପକାଇଥିଲେ। ଅସ୍ଥିର, ବିଚଳିତ ହୋଇ ଉଠିଥିଲେ ମହାରାଜ କ˚ସ। ମାତ୍ର ତାଙ୍କୁ ଅଶ୍ବାସନା ଦେବା ପାଇଁ ମହାମନ୍ତ୍ରୀ ଶକ୍ରାଜିତ, ସେନାପତି ହ˚ସଧ୍ବଜ, ଚାଣୁର ମୁଷ୍ଟିକ ଏବ˚ ମଲ୍ଲବୀର ନିଜନିଜ ବଳ ପରାକ୍ରମ ବଖାଣିଥିଲେ। ମହାରାଜଙ୍କ ଅଦେଶ ପାଇବା ମାତ୍ରେ କୃଷ୍ଣ-ବଳରାମଙ୍କ ବଧ କରିବେ ବୋଲି କହିଥିଲେ। ମହାରାଜ କ˚ସ ଏଭି ଆଶ୍ବାସନା ବାଣୀ ଶୁଣି ସାମାନ୍ୟ ଆଶ୍ବସ୍ତି ଅନୁଭବ କରିଥିଲେ। ମନର ଦ୍ବନ୍ଦ୍ବକୁ ପାସୋରିବା ପାଇଁ କଂସ ପୁଣି ସୁରାପାନ କଲେ। ନୃତ୍ୟଗୀତର ଆସରରେ ମସଗୁଲ ରହିଥିଲେ।

ଦୃଶ୍ୟାଭିନୟ କ୍ରମରେ କୃଷ୍ଣ-ବଳରାମ ମଥୁରା ଭ୍ରମଣ ପରେ କ˚ସ ଦରବାର ଅଭିମୁଖେ ଯାଇଥିଲେ। ମାତ୍ର କୁବଳୟା ହସ୍ତୀ ବାଟ ଓଗାଳିଥିଲା। କୁବଳୟା ହସ୍ତୀ ସହିତ ଯୁଦ୍ଧ କରି କୃଷ୍ଣ-ବଳରାମ ତାକୁ ବଧ କରିଥିଲେ। ପରେ ଘମାଘୋଟ ଯୁଦ୍ଧ ପରେ କୃଷ୍ଣ-ବଳରାମଙ୍କୁ ହାତରେ ଅଷ୍ଟମଲ୍ଲ ନିହତ ହୋଇଥିଲେ। ଏହା ଜାଣି ବ୍ୟସ୍ତବିବ୍ରତ ହୋଇପଡ଼ିଥିଲେ ମହାରାଜ କ˚ସ। କୃଷ୍ଣ-ବଳରାମ ମହାରାଜଙ୍କ ସମ୍ମୁଖରେ ଶିବଧନୁ ଭାଙ୍ଗି ପକାଇଥିଲେ। ଏହାପରେ କୃଷ୍ଣ-ବଳରାମ ଉଠି ଆସିଥିଲେ ରାଜଦରବାର ଉପରକୁ। ସେମାନଙ୍କୁ ଦେଖି ମହାରାଜ କ˚ସଙ୍କର ଶକ୍ତି କ୍ରମଶଃ କ୍ଷୟ ହେବାକୁ ଲାଗିଥିଲା। ସେ ନିଜକୁ ଅସହାୟ ମନେ କରିଥିଲେ। କଣ ଦୈବବାଣୀ ସତ ହେବ? ଦେବକୀର ଅଷ୍ଟମ ଗର୍ଭର ସନ୍ତାନ ହାତରେ କଣ ମୋର ବିନାଶ ଘଟିବ? ଏପରି ବିଚଳିତ ହୋଇ ଉଠୁଥିଲେ ମହାରା। ରାଜ ଦରବାରର ଏପଟରୁ ସେପଟକୁ ପଦ ଚାଳନା କରିଛନ୍ତି। ତଥାପି ନିଜକୁ ସମ୍ଭାଳି ଯୁଦ୍ଧ ଘୋଷଣା କରିଥିଲେ। ମାମୁ-ଭଣଜାଙ୍କ ସମରରେ ମାମୁ କ˚ସ ହୋଇଥିଲେ ଧରାଶାୟୀ। ମଞ୍ଚ ତଳକୁ ଗଡ଼ିପଡ଼ି ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।

ସମ୍ବନ୍ଧିତ ଖବର