ବରଗଡ଼: ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା-୨୦୨୫ ପାଇଁ ଏକ ମାସ ପୂର୍ବରୁ ତାରିଖ ଘୋଷଣା ହୋଇ ସାରିଛି। ଘୋଷଣା ଅନୁଯାୟୀ ଆସନ୍ତା ଜାନୁଆରି ୩ ତାରିଖରୁ ଧନୁଯାତ୍ରା ଆରମ୍ଭ ହେବ। ଏକାଦଶ ଦିବସୀୟ ଏହି ମୁକ୍ତାକାଶ ରଂଗମଞ୍ଚ ଜାନୁଆରି ୧୩ ତାରିଖ ଯାଏଁ ଜାରି ରହିବ। ମହାରାଜ କଂସଙ୍କ ସଂଳାପରେ ଗଗନ ପବନ ପ୍ରକମ୍ପିତ ହେବ। ବରଗଡରେ ମହାରାଜ କଂସଙ୍କ ରାଜୁତି ଚାଲିବ। ପ୍ରଶାସନ ତରଫରୁ ବରଗଡ଼ ଧନୁଯାତ୍ରା ନେଇ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ଏଥର ମୁକ୍ତାକାଶ ରଂଗମଂଚରେ ସବୁଠାରୁ ଆକର୍ଷଣୀୟ କଂସ ଭୂମିକାରେ କିଏ ଅବତୀର୍ଣ୍ଣ ହେବେ ସେନେଇ ଦ୍ବନ୍ଦ୍ବ ଆରମ୍ଭ ହୋଇଯାଇଛି। ଏହାର କାରଣ ହେଲା ଜିଲ୍ଲା ପ୍ରଶାସନ ହୃଷିକେଶ ଭୋଇଙ୍କୁ କଂସ ଭୂମିକା ଦେବାକୁ ସଂପୂର୍ଣ୍ଣ ରୂପେ ମନା କରିଦେଇଛି।
ଏହି ଖବର ଦେଖନ୍ତୁ: ବବିଙ୍କ ଭାଇଙ୍କ ନାମରେ ୪ ମାମଲା ରୁଜୁ
୨୦୨୨ ମସିହାରେ କଂସ ଭୂମିକା ତୁଲାଇବା ପାଇଁ ପ୍ରତିଯୋଗୀମାନେ ନିଜର ପ୍ରାର୍ଥୀତ୍ବ ଆବେଦନ କରିଥିଲେ। ଶେଷରେ ହୃଷିକେଶ ଭୋଇ କଂସ ଚରିତ୍ରରେ ଅଭିନୟ କରିବା ପାଇଁ ଚୟନ ହୋଇଥିଲେ। ଚୟନ କମିଟିର ନିଷ୍ପତ୍ତି ଅନୁସାରେ ହୃଷିକେଶ ଭୋଇ ଏଥର କଂସ ଭୂମିକାରେ ଅବତୀର୍ଣ୍ଣ ହେବା କଥା। କିନ୍ତୁ ସେ ବିଗତ ଦିନରେ ଲାଞ୍ଚ ନେଇ ଧରାପଡ଼ିଥିବାରୁ ଚାକିରିରୁ ନିଲମ୍ବିତ ହୋଇଛନ୍ତି। ତେଣୁ ବରଗଡ଼ ବିଶ୍ବପ୍ରସିଦ୍ଧ ଧନୁଯାତ୍ରାରେ ଏଥର ଦର୍ଶକମାନେ ନୂଆ କଂସ ଦେଖିବାକୁ ପାଇପାରିବେ। ଏନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ୨୦୨୨ରୁ କଂସ ଭୂମିକା ତୁଲାଉଥିବା ହୃଷିକେଶ ଭୋଇଙ୍କୁ ଏହି ଭୂମିକାରୁ ହଟାଇ ଦିଆଯାଇଛି। ଏହି କ୍ରମରେ ୨୦୨୨ରେ ଦ୍ବିତୀୟରୁ ପଞ୍ଚମ ହୋଇଥିବା ଜଣେ ପ୍ରତିଯେଗୀଙ୍କୁ ଚୟନ କରାଯିବ ବୋଲି ନିଷ୍ପତ୍ତି ହୋଇଛି।
ଏହି ଖବର ଦେଖନ୍ତୁ: ଚିରନିଦ୍ରାରେ ବରଗଡ଼ ଧନୁଯାତ୍ରାର ପୂର୍ବ କଂସ ମହାରାଜ ଏଲି
ବରଗଡ଼ ଧନୁଯାତ୍ରା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଜି ବସିଥିଲା ପ୍ରସ୍ତୁତି ବୈଠକ। ଆଉ ବୈଠକରେ ସର୍ବସମ୍ମତିକ୍ରମେ ନିଆଗଲା ବଡ଼ ନିଷ୍ପତ୍ତି। ହୃଷିକେଷ ଭୋଇ ହେବେନି ମହାରାଜ କଂସ। ଏଥର ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବେ ଜଣେ ନୂଆ କଳାକାର।
ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରି ହୃଷିକେଶ ଭୋଇ ସୁନାମ ଅର୍ଜନ କରିଛନ୍ତି। କିନ୍ତୁ ଧନୁଯାତ୍ରା ପୂର୍ବରୁ ତାଙ୍କର ନାମରେ ଗୁରୁତ୍ବପୂର୍ଣ୍ଣ ଅଭିଯୋଗ ଆସିଛି। ସେ ଜଣେ ସରକାରୀ କର୍ମଚାରୀ। ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମହାପ୍ରୟାଣ ଗାଡ଼ିର ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି। ଗତ ଅକ୍ଟୋବର ମାସରେ ସେ ଗାଇସିଲାଟ ବ୍ଲକର ଏକ ଗାଁକୁ ମୃତଦେହ ନେଇ ଯାଇଥିବା ବେଳେ ମୃତକଙ୍କ ପରିବାର ଲୋକଙ୍କୁ ୩ ହଜାର ଟଙ୍କା ମାଗିଥିଲେ। ମୃତକଙ୍କ ପରିବାର ଲୋକେ ତାଙ୍କୁ ୩ ହଜାର ଟଙ୍କା ଦେଇଥିଲେ ଓ ଏନେଇ ଉପଯୁକ୍ତ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା।
ଏହି ଖବର ଦେଖନ୍ତୁ: ହୃଷିକେଶ ଭୋଇ ନିଲମ୍ବିତ
ସୂଚନାଯୋଗ୍ୟ ୭୭ତମ ବରଗଡ଼ ଧନୁଯାତ୍ରାର ଶୁଭସ୍ତମ୍ଭ ଆସନ୍ତା ଡିସେମ୍ବର ୪ ତାରିଖରେ ସ୍ଥାପିତ ହେବ। ଏଥର କାର୍ଯ୍ୟକାରୀ କମିଟି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି ଯେ, ହୃଷିକେଶ ଭୋଇଙ୍କ ସ୍ଥାନ ଅନ୍ୟ ଜଣେ କଳାକାର ନେବେ। ବରଗଡ଼ ଧନୁଯାତ୍ରା କଳାକାର ସମନ୍ୱୟ କମିଟି ସୁପାରିଶ କରିଥିଲେ ଯେ, ଯେହେତୁ ତାଙ୍କ (ହୃଷିକେଶ ଭୋଇ) ବିରୋଧରେ ଅଭିଯୋଗ ଆସିଛି ଓ ସେ ଦୋଷ ମୁକ୍ତ ହୋଇନାହାନ୍ତି। ତେଣୁ ଏଥର ସେ ଧନୁ ଯାତ୍ରାରେ ଅଭିନୟ କଲେ ଏହାର ମର୍ଯ୍ୟାଦା ଓ ଗାରିମା କମିବା ଆଶଙ୍କାରେ କଂସ ଭୂମିକାରେ ଅନ୍ୟ ଜଣଙ୍କୁ ସୁଯୋଗ ଦିଆଯିବ।
ଏହି ଖବର ଦେଖନ୍ତୁ: ଜାନୁଆରି ୩ରୁ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/11/22/K15VdVVKyGj6hLyGxStc.jpg)