ବ୍ରଜରାଜନଗର: ହୀରାକୁଦ ଜଳଭଣ୍ଡାର ଉପରେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ପଦମପୁର ଡଙ୍ଗାଘାଟରୁ ବରଗଡ଼ ଜିଲ୍ଲା ଅମ୍ବାବନା ବ୍ଲକ ଜରିମୂଳ ଡଙ୍ଗାଘାଟ ପର୍ଯ୍ୟନ୍ତ ଏକ ବ୍ୟାରେଜ ସହିତ ବ୍ରିଜ ନିର୍ମାଣ ନେଇ ସାଂସଦ ସୁରେଶ ପୂଜାରୀ ପ୍ରଧାନମନ୍ତ୍ରୀଙ୍କୁ ଲିଖିତ ଭାବେ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ଭିତ୍ତିକରି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏହା ଉପରେ ଆବଶ୍ୟକ ତଥ୍ୟ ଗ୍ରହଣ କରି ଜଣାଇବାକୁ ନିର୍ଦେଶ ଦେଇଛନ୍ତି।
ଆଜି ଏହି ଚିଠିର ଆଧାରରେ ପ୍ରାରମ୍ଭିକ ତଥ୍ୟ ସଂଗ୍ରହ ପାଇଁ ହୀରାକୁଦ ବେସିନ ବୁର୍ଲାର ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ଓ ସାଂସଦ ସୁରେଶ ପୂଜାରୀ, ଲଖନପୁର ବିଡିଓ ସଞ୍ଜୀବ ପଟେଲ, ତହସିଲଦାର ବିଶ୍ୱକେସନ ପାଣ୍ଡେ ଆଦି ପଦମପୁର ଡଙ୍ଗା ଘାଟ ନିକଟକୁ ଆସିଥିଲେ। ତାଙ୍କ ସହିତ ଅନ୍ୟ ଯନ୍ତ୍ରୀମାନେ ଥିଲେ।
ପଦମପୁର ଡଙ୍ଗାଘାଟରୁ ଜରିମୁଲ ଡଙ୍ଗାଘାଟ ପର୍ଯ୍ୟନ୍ତ ଏକ ବ୍ୟାରେଜ ସହିତ ବ୍ରିଜ ନିର୍ମାଣ ପାଇଁ ପ୍ରାରମ୍ଭିକ ସର୍ଭେ କରାଯାଇଥିଲା। ଏହି ସ୍ଥାନରେ ବ୍ରିଜ ସହିତ ଏକ ବ୍ୟାରେଜ ନିର୍ମାଣ ପ୍ରସ୍ତାବକୁ ନେଇ ଆଲୋଚନା କରିଥିଲେ। ଏହି ବ୍ୟାରେଜ ନିର୍ମାଣ ହେବା ଦ୍ୱାରା କେତେ ଏକର ଚାଷ ଜମି ଜଳ ସୋଚିତ ହୋଇପାରିବ ଏହାର ଏକ ପ୍ରାରମ୍ଭିକ ତଥ୍ୟ ସଂଗ୍ରହ କରିଥିଲେ।
/sambad/media/post_attachments/wp-content/uploads/2021/09/6ec6eb05-1a5e-4ed5-b0c1-c1002521ce12-1024x461.jpg)
ଏଠାରେ ମତ୍ସ୍ୟ ଗବେଷଣା କେନ୍ଦ୍ର ଓ ମତ୍ସ୍ୟ ଚାଷ ସହିତ ଏଅଞ୍ଚଳରେ ପର୍ଯ୍ୟଟନ ଶିଳ୍ପ ବିକାଶରେ ଏହାର ଭୂମିକା ସହିତ ଗମନାଗମନରେ ଏହା କିଭଳି ସାହାଯ୍ୟ କରିପାରିବ ତଥ୍ୟ ସଂଗ୍ରହ କରିଥିଲେ। ଏନେଇ ସଂସଦ ଶ୍ରୀ ପୂଜାରୀଙ୍କୁ ପଚାରିବାରୁ ହୀରାକୁଦ ବନ୍ଧ ନିର୍ମାଣ ପରେ ବହୁ ପରିବାର ପରସ୍ପର ଠାରୁ ବିଛିନ୍ନ ହୋଇଯାଇଛନ୍ତି। ସେମାନଙ୍କ ଭିତରେ ଜଳ ଭଣ୍ଡାର ବାଧକ ସାଜିଛି। ବହୁପରିବାର ଝାରସୁଗୁଡା ଜିଲ୍ଲାରେ ରହିଥିବା ସମୟରେ ଅନ୍ୟମାରେ ବରଗଡ଼ ଜିଲ୍ଲାରେ ଅଛନ୍ତି। ସେମାନେ ନିଜ ଭିତରେ ଯାତାୟତର ମାଧ୍ୟମ ସେଭଳି ନାହିଁ। ସେମାନଙ୍କୁ ଆବଶ୍ୟକ ସମୟରେ ୧୫୦କିଲୋମିଟର ବୁଲି ବାକୁ ପଡୁଥିବା ଶ୍ରୀ ପୂଜାରୀ ପ୍ରକାଶ କରିଥିଲେ।
ବ୍ରିଜ ସହିତ ବ୍ୟାରେଜ ନିର୍ମାଣ ହେଲେ ଏହା ଅଞ୍ଚଳର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସାଂସଦ ଶ୍ରୀ ପୂଜାରୀ କହିଥିଲେ। ସାଂସଦ ଶ୍ରୀ ପୂଜାରୀଙ୍କ ସହିତ ଜିଲ୍ଲା ସଭାପତି ମଙ୍ଗଳ ସାହୁ, ସାଂସଦ ପ୍ରତିନିଧି ରଘୁନନ୍ଦନ ପଣ୍ଡା, ଶ୍ୟାମଲ ନାୟକ, ଚକାନନ୍ଦ ସା, ଦିନେଶ ଜୈନ, ଅମରେନ୍ଦ୍ର ରାୟ, ପ୍ରମୋଦ ସେନାପତି, ସୁଦାମ ପ୍ରଧାନ, କବି ସ୍ୱାଇଁ, ପ୍ରେମାନନ୍ଦ ପଟେଲ ପ୍ରଭୃତି କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/f8f7d432-017a-429b-ad55-14bad9e7e55c.jpg)