ବରଗଡ଼ରେ ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ, ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ହେଲା

ବରପାଲି: ବରଗଡ଼ ଜିଲ୍ଲାରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ବରଗଡ଼ ଜିଲ୍ଲାପାଳ ଟୁଇଟ୍ କରି ସୂଚନା ଦେଇଛନ୍ତି। ଏହି ଆକ୍ରାନ୍ତଙ୍କ ଘର ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ବାରଗୁଡ଼ା ପଞ୍ଚାୟତର ହଳଦୀପାଲି ଗ୍ରାମରେ ବୋଲି ସୂଚନା ମିଳିଛି। ଆକ୍ରାନ୍ତଙ୍କ ବୟସ ୪୦ ବର୍ଷ ଓ ସେ ଜଣେ ପୁରୁଷ।  ଆକ୍ରାନ୍ତଜଣକ ମୁମ୍ବାଇ ଫେରନ୍ତା ବୋଲି ଏଥିରେ କୁହାଯାଇଛି। ସେ ମୁମ୍ବାଇରୁ ଫେରି ଘରେ ସଙ୍ଗରୋଧରେ ଥିଲେ। ଏହି ଘଟଣା ଏବେ ବରପାଲି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଗତକାଲି ତାଙ୍କୁ ରାଉରକେଲାର ହାଇଟେକ୍ କୋଭିଡ୍ ହସ୍ପିଟାଲକୁ ପଠାଯାଇଛି। ଆଜି ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ବାରଗୁଡ଼ା ପଞ୍ଚାୟତର ହଳଦୀପାଲି ଗ୍ରାମରେ ପହଞ୍ଚିଥିବାର ଖବର ମିଳିଛି। ଏବେ ବରଗଡ଼ ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨କୁ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ, ପୂର୍ବରୁ ପ୍ରଥମ ଥର ପାଇଁ ବରଗଡ଼ ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାଫଳରେ ବରଗଡ଼କୁ କରୋନା ଛୁଇଁଥିଲା। ସେ ବରଗଡ଼ ସହରର ଓ୍ବାର୍ଡ-୧୪ର ସୁଭାଷ ନଗରା ବାସିନ୍ଦା ଓ ଜଣେ ମୁମ୍ବାଇ ଫେରନ୍ତା ବୋଲି ବି ସୂଚନା ମିଳିଥିଲା। ଏନେଇ ବରଗଡ଼ ଜିଲ୍ଲାପାଳ ଗତକାଲି ସୂଚନା ଦେଇଥିଲେ। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବି ସୂଚିତ କରାଯାଇଥିଲା।

ବରଗଡ଼ ସହରର ଓ୍ବାର୍ଡ-୧୪ର ସୁଭାଷ ନଗର ଅଞ୍ଚଳର ବାସିନ୍ଦା ବୋଲି ଜଣାଯିବା ପରେ ପ୍ରଶାସନ ପକ୍ଷରୁ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା।

ସମ୍ବନ୍ଧିତ ଖବର