ବରଗଡ଼ ଜିଲ୍ଲାରେ ୬ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ, ଟୁଇଟ୍ କରି ସୂଚନା ଦେଲେ ଜିଲ୍ଲାପାଳ

ବରଗଡ଼: ଆଜି ବରଗଡ଼ ଜିଲ୍ଲାରେ ୬ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ବରଗଡ଼ ଜିଲ୍ଲାପାଳ ଟୁଇଟ୍ କରି ସୂଚନା ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣ ବାହାର ରାଜ୍ୟ ଫେରନ୍ତା ଓ  ଜଣେ ସ୍ଥାନୀୟ ସଂକ୍ରମିତ ଥିବା ବି ସୂଚନା ଦେଇଛନ୍ତି ଜିଲ୍ଲାପାଳ। ବରଗଡ଼ ଜିଲ୍ଲାର ୬ ନୂଆ କରୋନା ପଜିଟିଭଙ୍କ ଭିତରୁ ୨ଜଣ ଭଟଲି ବ୍ଲକର ଏବଂ ୪ଜଣ ଭେଡେନ୍ ବ୍ଲକର ବୋଲି ଜଣାଯାଇଛି। ଏହାଫଳରେ ଏବେ ବରଗଡ଼ ଜିଲ୍ଲାରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ, ପୂର୍ବରୁ ପ୍ରଥମ ଥର ପାଇଁ ବରଗଡ଼ ଜିଲ୍ଲାରୁ ଦୁଇଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ପ୍ରଥମଜଣକ ବରଗଡ଼ ସହରର ଓ୍ବାର୍ଡ-୧୪ର ସୁଭାଷ ନଗରା ବାସିନ୍ଦା ଓ ଜଣେ ମୁମ୍ବାଇ ଫେରନ୍ତା ବୋଲି ବି ସୂଚନା ମିଳିଥିଲା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବି ସୂଚିତ କରାଯାଇଥିଲା।

ବରଗଡ଼ ସହରର ଓ୍ବାର୍ଡ-୧୪ର ସୁଭାଷ ନଗର ଅଞ୍ଚଳର ବାସିନ୍ଦା ବୋଲି ଜଣାଯିବା ପରେ ପ୍ରଶାସନ ପକ୍ଷରୁ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା।

ବରଗଡ଼ ଜିଲ୍ଲାର ଦ୍ବିତୀୟ କରୋନା ଆକ୍ରାନ୍ତଙ୍କ ଘର ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ବାରଗୁଡ଼ା ପଞ୍ଚାୟତର ହଳଦୀପାଲି ଗ୍ରାମରେ ବୋଲି ସୂଚନା ମିଳିଥିଲା। ଆକ୍ରାନ୍ତଙ୍କ ବୟସ ୪୦ ବର୍ଷ ଓ ସେ ଜଣେ ପୁରୁଷ।  ଆକ୍ରାନ୍ତଜଣକ ମୁମ୍ବାଇ ଫେରନ୍ତା । ସେ ମୁମ୍ବାଇରୁ ଫେରି ଘରେ ସଙ୍ଗରୋଧରେ ଥିଲେ।

 

 

ସମ୍ବନ୍ଧିତ ଖବର