ଖୋର୍ଦ୍ଧା: ଗତକାଲି ବରୁଣେଇ ପାହାଡ଼ରେ ବାର୍ହା ଆକ୍ରମଣ ଘଟଣା ପରେ ବନ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ପାହାଡ଼ ଉପରକୁ ଯିବା ନିମନ୍ତେ ଜନସାଧାରଣଙ୍କୁ ବାରଣ କରାଯାଇଛି। ଜଙ୍ଗଲର ଜୀବଜନ୍ତୁ ଓ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ବରୁଣେଇ ପାହାଡ଼ ଉପରକୁ ଚଢ଼ିବା ମନାଥିଲା। ଗତକାଲିର ବାର୍ହା ଆକ୍ରମଣ ଘଟଣା ପରେ ପୁଣିଥରେ ବରୁଣେଇ ପାହାଡ଼କୁ ଯିବାକୁ ବନ ବିଭାଗ ପକ୍ଷରୁ କଟକଣା ଜାରି କରାଯାଇଛି। ପାହାଡ଼ ନିକଟରେ ବନ ବିଭାଗ କର୍ମଚାରୀ ଓ ପୁଲିସ ପହରା ଦେଉଛନ୍ତି। ଲୋକଙ୍କୁ ନ ଯିବାକୁ ସଚେତନ କରୁଛନ୍ତି। ଅପରପକ୍ଷରେ, ଗତକାଲି ବାର୍ହା ଭୟରେ କେତେକ ପର୍ଯ୍ୟଟକ ଗଛ ଉପରକୁ ଚଢ଼ିଥିଲେ। ମଧ୍ୟାହ୍ଣ ୧୨ଟାରୁ ରାତି ପ୍ରାୟ ୧୨ଟା ଯାଏଁ ରହିବା ପରେ ବନ ବିଭାଗ କର୍ମଚାରୀ ଓ ସ୍ଥାନୀୟ ଯୁବକ ବାର୍ହାଙ୍କୁ ଘଉଡ଼ାଇବା ସହ ସେମାନଙ୍କୁ ଉଦ୍ଧାର କରିଥିଲେ। ତେବେ ବାର୍ହା ଆକ୍ରମଣରେ ଆହତ ତିନିଜଣଙ୍କ ମଧ୍ୟରୁ ଦୁଇଜଣ ଗୁରୁତର ଥିଲେ। ସେମାନଙ୍କୁ ଭୁବନେଶ୍ବର କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେଥିରୁ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ନାମ ପ୍ରଦୀପ କୁମାର ପେରେଇ ଓ ତାଙ୍କ ଘର ଯାଜପୁରଜିଲ୍ଲା କୋରେଇ ବୋଲି ଜଣାଯାଇଛି। ସେ ପୁଲିସର ଷଷ୍ଠ ବାଟାଲିଅନ୍ରେ ଚାକିରି କରୁଥିଲେ।
ବରୁଣେଇରେ ବାର୍ହା ଆତଙ୍କ: କଟକଣା ଜାରି କଲା ବନ ବିଭାଗ
ଗତକାଲି ବରୁଣେଇ ପାହାଡ଼ରେ ବାର୍ହା ଆକ୍ରମଣ ଘଟଣା ପରେ ବନ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ପାହାଡ଼ ଉପରକୁ ଯିବା ନିମନ୍ତେ ଜନସାଧାରଣଙ୍କୁ ବାରଣ କରାଯାଇଛି....
/sambad/media/media_files/2025/10/07/untitled-23-2025-10-07-07-49-10.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)