ବ୍ରହ୍ମପୁର ଛାତ୍ରୀ ନିବାସ ଘଟଣାର ଅନୁଧ୍ୟାନ କରିବେ ମନ୍ତ୍ରୀ

ଭୁବନେଶ୍ୱର : ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସାବେରୀ ଛାତ୍ରୀ ନିବାସର ଟଏଲେଟ୍‌ କମ୍ପ୍ଲେକ୍ସ ସହ ଏକ ବିରାଟ ଅଂଶ ଭୁଶୁଡ଼ି ପଡିବା ପ୍ରସଙ୍ଗରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଆଜି ଶୂନ୍ୟକାଳରେ ଶ୍ରୀ ବାହିନୀପତି କହିଥିଲେ, େକଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ତାହାର ଯାଞ୍ଚ ହେବା ଦରକାର। ଏହାକୁ ସରକାର ହାଲୁକା ଭାବେ ଗ୍ରହଣ କରନ୍ତୁ ନାହିଁ। ଯଦି ଆଜି କିଛି ଛାତ୍ରଛାତ୍ରୀଙ୍କର େହାଇଥାନ୍ତା, େତବେ ଗୃହ କାର୍ଯ୍ୟ ଠପ୍ େହାଇଯାଇଥାନ୍ତା। ବାଚସ୍ପତି ସରକାରଙ୍କୁ ଏହି ଘଟଣାର ପାଇଁ ତଦନ୍ତ ନିେର୍ଦଶ ଦିଅନ୍ତୁ େବାଲି ଶ୍ରୀ ବାହିନୀପତି ଦାବି କରିଥିଲେ।

ବାଚସ୍ପତି କହିଥିଲେ, ପୂର୍ବରୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିଶ୍ବବିଦ୍ୟାଳୟ ଅଡିଟ୍ ରିେପାର୍ଟ ଉପସ୍ଥାପନ େହଉନଥିବା କହିଥିଲେ। ଏ ସଂପର୍କରେ ଆେଲାଚନା ଲାଗି ଗୁରୁବାର ଉଚ୍ଚଶିକ୍ଷା ମନ୍ତ୍ରୀ, ସଚିବ ପ୍ରମୁଖଙ୍କୁ ତାଙ୍କ ଚାମ୍ବରକୁ ଡାକି ଆେଲାଚନା କରିଛନ୍ତି। ସଚିବ କହିଛନ୍ତି, ଏ େନଇ ସେ ଅନୁଧ୍ୟା କରିବେ।

ଆଜି ଶ୍ରୀ ବାହିନୀପତି େଯଉଁ ପ୍ରସଙ୍ଗ ଉଠାଇଛି, ସେ ସଂପର୍କରେ ମଧ୍ୟ ଅନୁଧ୍ୟାନ କରିବା ଲାଗି ବାଚସ୍ପତି ଆଜି ମନ୍ତ୍ରୀଙ୍କୁ ନିେର୍ଦଶ ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଭଞ୍ଜବିହାର ସାବେରୀ ଛାତ୍ରୀ ନିବାସ ୧୯୮୯ ଡିସେମ୍ବର ୨୩ତାରିଖରେ ସ୍ଥାପିତ ହୋଇଥିଲା। ଏଥିରେ ୪୦ଟି ରୁମ ରହିଥିବା ବେଳେ ୧୧୧ଜଣ ଛାତ୍ରୀ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ଗତକାଲି ଛାତ୍ରୀ ନିବାସରେ ୧୦୪ ଅନ୍ତେବାସୀ ଥିବାବେଳେ ଅଧିକାଂଶ ଛାତ୍ରୀ କ୍ଲାସ କରିବାକୁ ଯାଇଥିଲେ। ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ଛାତ୍ରୀ ନିବାସର ଟଏଲେଟ୍‌ କମ୍ପ୍ଲେକ୍ସ ଛାତରୁ ସିମେଣ୍ଟ ପଲସ୍ତରା ଖସୁଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ହ‌ଷ୍ଟେଲରେ ଇଲେକ୍ଟ୍ରିକ୍‌ କାମ କରୁଥିବା ଜଣେ କର୍ମଚାରୀ ଏହା ଦେଖି ବାଥ୍‌ରୁମରେ ଥିବା ଛାତ୍ରୀ ଜଣଙ୍କୁ ପାଟି କରି ଡାକିଥିଲେ। ତାଙ୍କର ପାଟି ଶୁଣି ଛାତ୍ରୀ ଜଣକ ବାଥରୁମ୍‌ରୁ ବାହାରି ଆସିଥିଲେ। ଏହାର କିଛି ସମୟ ପରେ ଟଏଲେଟ୍‌ କମ୍ପ୍ଲେକ୍ସ ଭୁଶୁଡ଼ି ପଡ଼ିଥିଲା। ଛାତ୍ରୀ ନିବାସ ସଂଲଗ୍ନ ୩ ମହଲାର ଟଏଲେଟ୍‌ କମ୍ପ୍ଲେକ୍ସର ପ୍ରାୟ ୧୫ରୁ ଊର୍ଦ୍ଧ୍ବ ରୁମ୍‌ର କାନ୍ଥ, ଛାତ ଧଡ୍‌ଧାଡ୍‌ ହୋଇ ପଡ଼ିଯାଇଥିଲା।

ସମ୍ବନ୍ଧିତ ଖବର