ବରୀ : ବରୀର ରାଜନୀତି ଧାରା ଦିନକୁ ଦିନ ରୋଚକ ହେବାରେ ଲାଗିଛି। ଏଠାରେ ବିଜେଡିର ଦୁଇଟି ସମାନ୍ତରାଳ ସଂଗଠନ ଗଢି ଉଠୁଥିବା ଦେଖିବାକୁ ମିଳିଛି। ପଞ୍ଚାୟତ ସ୍ତରରେ ଦୁଇ ସଂଗଠନ ପକ୍ଷରୁ ଅଲଗା ଅଲଗା ପ୍ରାର୍ଥୀ ଦିଆଯାଉଥିବା ବେଳେ ଦଳୀୟ ଟିକେଟରେ ଲଢ଼ାଯାଉଥିବା ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ ସମାନ ଭାବେ ବାଣ୍ଟି ଦେଇଛନ୍ତି ଉଚ୍ଚ ନେତୃତ୍ବ।
ବରୀ ବ୍ଲକର ୨୯ଟି ପଞ୍ଚାୟତକୁ ନେଇ ୪ଟି ଜିଲ୍ଲାପରିଷଦ ଜୋନ ରହିଛି। ସେଥିମଧ୍ୟରୁ ବର୍ତ୍ତମାନର ବିଧାୟିକା ସୁନନ୍ଦା ଦାସଙ୍କ ସମର୍ଥକ ତଥା ବର୍ତ୍ତମାନର ୨୧ ନମ୍ବର ଜୋନର ଜିଲ୍ଲାପରିଷଦ ସଭ୍ୟ ଥିବା ଅଶୋକ କୁମାର ସାମଲଙ୍କୁ ପୁର୍ନବାର ସେହି ଜୋନରେ ନିର୍ବାଚନ ଲଢିବା ପାଇଁ ଦଳୀୟ ଟିକେଟ୍ ମିଳିଛି । ବିଧାୟିକାଙ୍କ ଅନ୍ୟତମ ସମର୍ଥକ ସନ୍ତୋଷ କୁମାର ସାମଲଙ୍କୁ ୨୪ ନମ୍ବର ଜୋନ ପାଇଁ ଟିକେଟ୍ ମିଳିଛି। ଅପରପକ୍ଷରେ ବିଶ୍ବ ରଂଜନ ମଲ୍ଲିକଙ୍କ ସମର୍ଥକ ଦିଲ୍ଲିପ୍ କୁମାର ମହାନ୍ତିଙ୍କୁ ୨୨ ନମ୍ବର ଜୋନ ଓ ସୁମିତ୍ରା ଯାଦବଙ୍କୁ ୨୩ ନମ୍ବର ଜୋନ ପାଇଁ ବିଜେଡି ଟିକେଟ୍ ମିଳିଛି।