ବାରିପଦା : ସ୍ଥାନୀୟ ପୋଡ଼ାଅସ୍ତିଆ ଅଞ୍ଚଳରେ ଜଣେ ସ୍ଥାନୀୟ ବ୍ୟକ୍ତି ଏବଂ ତାଙ୍କ ପତ୍ନୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ହୋମ୍ ଆଇସୋଲେସନ୍ରେ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଥିବା ଜଣାପଡ଼ିଛି। ମାତ୍ର ଉକ୍ତ ଆକ୍ରାନ୍ତଙ୍କ ପୁଅ ବାହାରେ ବୁଲୁଥିବାରୁ ଅଭିଯୋଗ ହୋଇଛି। ଯାହାଫଳରେ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରି ରାସ୍ତାରୋକ କରିଥିଲେ।
ଏସମ୍ପର୍କରେ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ବାରିପଦା ଟାଉନ୍ ଥାନା ପୁଲିସ୍। ଉକ୍ତ କରୋନା ଆକ୍ରାନ୍ତ ଜଣଙ୍କ ଏକ ସଂସ୍ଥା ସହିତ ଜଡ଼ିତ ଥିବାରୁ ସେ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥିବାର ସନ୍ଦେହ କରାଯାଇଛି। ତେବେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ସମାଧାନ କରାଯାଇଥିବା ଜଣାପଡ଼ିଛି। ଆସନ୍ତାକାଲି ସ୍ଥାନୀୟ ତହସିଲଦାରଙ୍କ ସହିତ ଉକ୍ତ ଅଞ୍ଚଳକୁ ଯାଇ ଘଟଣା ସମ୍ପର୍କରେ ତଦନ୍ତ କରାଯିବାନେଇ ବାରିପଦା ଟାଉନ୍ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/Road-Strike-1.jpg)