ଜଳୁଛି ଓଡ଼ିଶା: ୪୪ ଡିଗ୍ରି ଉପରେ ୧୫ ସହର, ସର୍ବକାଳୀନ ରେକର୍ଡ ଭାଙ୍ଗିଲା ବାରିପଦା

ଭୁବନେଶ୍ବର: ସାରା ଓଡ଼ିଶା ପ୍ରବଳ ଖରାରେ ଜଳୁଛି। ଘରୁ ବାହାରିଲେ ତାତିର ସାମ୍ନା କରିବାକୁ ପଡୁଛି। ଆଜି ରାଜ୍ୟର ୧୫ଟି ସହରରେ ତାପମାତ୍ରା ୪୪ଡ଼ିଗ୍ରି କିମ୍ବା ତାଠାରୁ ଅଧିକ ରେକର୍ଡ ହୋଇଛି। ଚଳିତ ବର୍ଷ ରାଜ୍ୟରେ ସର୍ବାଧିକ ତାପମାତ୍ରା ଆଜି ରେକର୍ଡ ହୋଇଛି। ବାରିପଦାରେ ସର୍ବାଧିକ ୪୬. ୪ ଡ଼ିଗ୍ରି, ବାଲେଶ୍ୱରରେ ୪୬ ଡ଼ିଗ୍ରି ଏବଂ ଭୁବନେଶ୍ୱରରେ ତାପମାତ୍ରା ୪୫.୪ ଡ଼ିଗ୍ରି ଛୁଇଁଛି। କେବଳ ସେତିକି ନୁହେଁ। ରାଜ୍ୟର ୨୯ଟି ସହରରେ ତାପମାତ୍ରା ୪୨ଡ଼ିଗ୍ରି କିମ୍ବା ତାଠାରୁ ଅଧିକ ରେକର୍ଡ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

 

ସୂଚନାଯୋଗ୍ୟ, ଚଳିତ ବର୍ଷ ରାଜ୍ୟରେ ପ୍ରଥମ ଥର ପାଇଁ ତାପମାତ୍ରା ୪୬.୪ଡ଼ିଗ୍ରି ରେକର୍ଡ ହୋଇଛି। ଏହା ହେଉଛି ଏପ୍ରିଲ ମାସର ସର୍ବୋଚ୍ଚ ଦିନ ତାପମାତ୍ରାର ସର୍ବକାଳୀନ ରେକର୍ଡ। ରାଜଧାନୀରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ତାପମାତ୍ରା ୪୫ ଡ଼ିଗ୍ରି ଅତିକ୍ରମ କରିଛି।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆହୁରି ୩ ଦିନ ଆକାଶରୁ ଅଗ୍ନିବର୍ଷା ହେବ। ରାଜ୍ୟରେ ଗ୍ରୀଷ୍ମପ୍ରବାହ ସହ ଗୁଳୁଗୁଳି ଜାରି ରହିବ। ଗ୍ରୀଷ୍ମ ପ୍ରବାହ ଯୋଗୁଁ ପାଣିପାଗ ବିଭାଗ ରାଜ୍ୟର ଅନେକ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରିଛି। ସେପଟେ ଆଗାମୀ ୨୪ ଘଣ୍ଟା ପାଇଁ ସିଭିୟର ହିଟ ୱେଭ୍ ଜାରି କରିଛି ପାଣିପାଗ ବିଭାଗ। ଏନେଇ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର