ଆଜି ବାରିପଦା ପାଲଟିଲା ବିଶ୍ୱର ଉତ୍ତପ୍ତ ସହର, ପାରା ୪୪.୬ ଡିଗ୍ରୀ ସେଲସିୟସ

ଭୁବନେଶ୍ବର: ଆଜି ବାରିପଦା ପାଲଟିଲା ବିଶ୍ୱର ଉତ୍ତପ୍ତ ସହର । ବାରିପଦାର ତାପମାତ୍ରା ଆଜି ୪୪.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି, ଯାହାକି ସାରା ବିଶ୍ୱର ସବୁଠାରୁ ଉତ୍ତପ୍ତ ସହର । ବିଶ୍ବ ପାଣିପାଗ ପର୍ଯ୍ୟବେକ୍ଷଣ କରୁଥିବା ଘରୋଇ ସଂସ୍ଥା ‘OGIMET.COM’ର ସୂଚନା ଆଧାରରେ ଏହି ତଥ୍ୟ ସାମ୍ନାକୁ ଆସିଛି । କେବଳ ବାରିପଦା ନୁହେଁ, ଆଜି ଭାରତର ଅନେକ ସହର ଉତ୍ତପ୍ତ ରହିଥିଲା । ବିଶ୍ୱର ୧୦ ଉତ୍ତପ୍ତ ସହର ମଧ୍ୟରେ ସବୁ ସହର ଭାରତର ରହିଛି ।

ବିଶ୍ବର ସର୍ବୋଚ୍ଚ ତାପମାତ୍ରା: ଭାରତର ୧୦ଟି ଦେଶ
-ବାରିପଦା ୪୪.୬ ଡିଗ୍ରୀ
-ଚନ୍ଦରପୁର ୪୩.୬ ଡିଗ୍ରୀ
-ଚୁରୁ ୪୩.୩ ଡିଗ୍ରୀ
-ମେଦିନାପୁର ୪୩.୧ ଡିଗ୍ରୀ
-ବ୍ରହ୍ମାପୁରୀ ୪୩ ଡିଗ୍ରୀ
-ଫାଲୋଡି ୪୩ ଡିଗ୍ରୀ
-ଜାମସେଦପୁର ୪୨.୯ ଡିଗ୍ରୀ
-କୋଟା ଏରୋଡ୍ରମ୍ ୪୨.୮ ଡିଗ୍ରୀ
-ବାଙ୍କୁଡା ୪୨.୭ ଡିଗ୍ରୀ
-ବାରମେର ୪୨.୭ ଡିଗ୍ରୀ

ସେହିପରି ଆଜି ରାଜ୍ୟର ୧୬ଟି ସହରରେ ତାପମାତ୍ରା ୪୦ ଉପରେ ରହିଛି । ଏହାସହ ଅଗାମୀ ୩ଦିନ ଯାଏଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଏନେଇ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ତେବେ ଗତ ଦୁଇ ଦିନ ହେବ ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ଦେଖିବାକୁ ମିଳିଛି ।

ସମ୍ବନ୍ଧିତ ଖବର