ପୁଣି ବାରିପଦାରେ ଅସହ୍ୟ ତାତି, ବଢ଼ିଲା ପାରଦ, ୪୧ ଡିଗ୍ରି ଉପରେ ତାପମାତ୍ରା

ବାରିପଦା: ପୁଣି ଅସହ୍ୟ ତାତିରେ ସନ୍ତୁଳି ହେଲା ବାରିପଦା। ବଢ଼ିଲା ପାରଦ, ବଢ଼ିଲା ତାତି। ଚଳିତ ମାସ ୨୧ରେ ବାରିପଦା ସହରରେ ତାପମାତ୍ରା ୪୦ ଡିଗ୍ରୀ ରହିଥିବା ସମୟରେ ୨୨ରେ ୪.୪ ଡ଼ିଗ୍ରି ତଳକୁ ଖସି ଆସି ୩୫.୬ ଡିଗ୍ରି ରହିଥିଲା । ଏହାପରେ ୨୩ରେ ୧.୯ ଡିଗ୍ରି ବୃଦ୍ଧି ପାଇ ୩୭.୫ରେ ପହଞ୍ଚିଥିଲା । ଆଜି ପୁଣି ୪.୧ ଡିଗ୍ରି ବୃଦ୍ଧି ପାଇ ୪୧.୬ ଡିଗ୍ରୀରେ ପହଞ୍ଚିଛି । ସକାଳ ସମୟରୁ ଗରମ ଅନୁଭୁତ ହେବା ଆରମ୍ଭ କରିଥିଲା। ମଧ୍ୟାହ୍ନ ସମୟରେ ଆକାଶରୁ ଅଗ୍ନିକଣା ଖସିବା ଭଳି ମନେ ହେଉଥିଲା। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା । ଅପରାହ୍ନ ୩ ପରେ ତାପମାତ୍ରା ହ୍ରାସ ପାଇବା ଆରମ୍ଭ କରିଥିଲା । ସେହିପରି ରାତିରେ ମଧ୍ୟ ପ୍ରଚଣ୍ଡ ଗରମ ଅନୁଭୁତ ହୋଇଥିଲା। ପୂର୍ବେ ସହରବାସୀ ଖୋଲା ପବନ ପାଇବା ନିମନ୍ତେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ପଡ଼ିଆ ଓ ବୁଢ଼ାବଳଙ୍ଗ ପୋଲ ଉପରକୁ ଆସୁଥିବା ସମୟରେ ସପ୍ତାହନ୍ତ ସଟ୍ଡ଼ାଉନ ଏଥିରେ ବାଧକ ସାଜିଥିଲା । ଫଳରେ ନିଜ ଘର ଛାତ ଉପରେ ସମୟ କଟାଇବାକୁ ବାଧ୍ୟ ହୋଇଥିବାର ପରିଲକ୍ଷିତ ହୋଇଥିଲା ।

ସମ୍ବନ୍ଧିତ ଖବର