ହାଇକୋର୍ଟରେ ବାରିପଦା ଅର୍ବାନ ବ୍ୟାଙ୍କ ଜମାକାରୀଙ୍କ ଟଙ୍କା ଫେରସ୍ତ ପ୍ରସଂଗ: ରହିତାଦେଶ ବଳବତ୍ତର

କଟକ : ବାରିପଦା ଅର୍ବାନ କୋଅପରେଟିଭ୍ ବ୍ୟାଙ୍କର ଜମାକରୀଙ୍କୁ ଜମାଟଙ୍କା ଫେରାଇବା ପ୍ରସଂଗ ଉପରେ ପୂର୍ବରୁ ଜାରି କରାଯାଇଥିବା ରହିତାଦେଶ ବଳବତ୍ତର ରହିଛି। ଏଥିସହିତ ଜଣିକିଆ ଖଣ୍ଡପୀଠରେ ଏ ସଂପର୍କିତ ରିଟ୍ ପିଟିସନର ଶୁଣାଣି ପାଇଁ ଆଜି ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ୍ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଦାୟର ରିଟ୍ ଅପିଲର ଶୁଣାଣି କରି ଏପରି ନି‌ର୍ଦ୍ଦେଶ ଦେଇଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ବାରିପଦା ଅର୍ବାନ ବ୍ୟାଙ୍କର ଜମାକାରୀଙ୍କୁ ସେମାନଙ୍କ ଜମାଟଙ୍କା ଫେରାଇବା ପାଇଁ ଜୁନ୍ ୨୫ରେ ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ। ଜୁନ୍ ୨୫ର ଅନ୍ତରୀଣ ନିର୍ଦ୍ଦେଶକୁ ଚାଲେଞ୍ଜ କରି ରିଜର୍ଭ ବ୍ୟାଙ୍କ ହାଇକୋର୍ଟରେ ରିଟ୍ ଅପିଲ ଦାୟର କରିଥିଲା। ଜୁଲାଇ ୧୭ରେ ହାଇକୋର୍ଟ ରିଟ୍ ଅପିଲର ଶୁଣାଣି କରି ଜୁନ୍ ୨୫ର ଆଦେଶ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୭କୁ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର