ବରୀର ଦାଦନ ଶ୍ରମିକଙ୍କୁ ଚେନ୍ନାଇରେ ହତ୍ୟା ଅଭିଯୋଗ

ବରୀ : ଦାଦନ ଖଟିବାକୁ ଯାଇଥିବା ବରୀ ବ୍ଲକ୍‌ ଅଟିରା ପଞ୍ଚାୟତ ମସୁରୀ ଗ୍ରାମର ଦଳିତ ଯୁବକଙ୍କୁ ଚେନ୍ନାଇରେ ହତ୍ୟା କରାଯାଇଥିବା ବରୀ ଥାନାରେ ଅଭିଯୋଗ ହୋଇଛି। ଏହି ଯୁବକ ଜଣଙ୍କ ମସୁରୀ ଗ୍ରାମର ଅରକ୍ଷିତ ମଲ୍ଲିକଙ୍କ ପୁଅ ଜନ୍ମଜୟ(୨୮)।

ତାଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ, ୩ ବର୍ଷ ହେଲା ଜନ୍ମଜୟ ଚେନ୍ନାଇର ମିନ୍ ଜେଇ ଠାରେ ଥିବା ପ୍ରଭାତ ରାଉତଙ୍କ କମ୍ପାନିରେ କାମ କରୁଥିଲେ। କରୋନା ସମୟରେ ସେ ଘରକୁ ପଳାଇ ଆସିଥିଲେ। ଗତ ଡିସେମ୍ବର ମାସରେ ପୁଣି ଚେନ୍ନାଇ ଫେରିଯାଇଥିଲେ। ହେଲେ ଗତକାଲି ସକାଳେ ପ୍ରଭାତ ରାଉତ ଫୋନ କରି ତୁମ ପୁଅ ଏଠାରେ ମରିଯାଇଛି ବୋଲି ଜଣାଇଥିଲେ। ଖବର ପାଇ ଏହି ଦଳିତ ପରିବାର ଭାଙ୍ଗି ପଡ଼ିଥିବା ବେଳେ ପୁଅର ମୃତଶରୀର ଫେରାଇ ଆଣିବା ପାଇଁ ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି। ଅନ୍ୟପକ୍ଷରେ ପୁଅକୁ ସେଠାରେ ହତ୍ୟା କରାଯାଇଛି ବୋଲି ତାଙ୍କ ବାପା କୌଣସି ସୂତ୍ରରୁ ଖବର ପାଇଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟକୁ ତର୍ଜମା କରି ତାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଅରକ୍ଷିତ ପୁଲିସ ଏବଂ ପ୍ରଶାସନକୁ ଗୁହାରି କରିଛନ୍ତି।

ସମ୍ବନ୍ଧିତ ଖବର