କାମାକ୍ଷା ଅଭିମୁଖେ ୯୬୪ ବରିଷ୍ଠ ତୀର୍ଥଯାତ୍ରୀ

ଭୁବନେଶ୍ବର : ରାଜ୍ୟର ଆର୍ଥିକ ଅନଗ୍ରସର ବରିଷ୍ଠ ନାଗରିକଙ୍କ ଉଦ୍ଦେଶ୍ୟରେ ଚାଲିଥିବା ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆଜି ୯୬୪ ଜଣ ତୀର୍ଥଯାତ୍ରୀ କୋଲକାତା ଓ କାମାକ୍ଷା ଅଭିମୁଖେ ଯାତ୍ରା କରିଛନ୍ତି। ଏହି ୧୧ତମ ତୀର୍ଥଯାତ୍ରାରେ ଖୋର୍ଧା, କଟକ, ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରର ଯାତ୍ରୀମାନେ ୧୨ଟା ୪୫ରେ ଭୁବନେଶ୍ବର ରେଳ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ। ଏହା ଆସନ୍ତା ମାର୍ଚ ୧ ତାରିଖରେ ଶେଷ ହେବ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଶାସନ ସଚିବ ବିଶାଲ ଦେବଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ୨୦୧୬ ମସିହାରୁ ଏହି ତୀର୍ଥଯାତ୍ରା ଯୋଜନା ଆଇଆର୍‌ସିଟି ସହଯୋଗରେ ଆରମ୍ଭ ହୋଇଥିଲା। ଏପର୍ଯ୍ୟନ୍ତ ୧୦ଟି ପର୍ଯ୍ୟାୟରେ ପାଖାପାଖି ୧୦ ହଜାର ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ସୁଯୋଗ ପାଇଛନ୍ତି ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର