ନଦୀରେ ଭାସି ବ୍ୟାରେଜ କର୍ମଚାରୀ ମୃତ

ଚିଲିଗୁଡ଼ା: ବୈତରଣୀ ନଦୀ ବ୍ୟାରେଜରେ କାର୍ଯ୍ୟରତ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍ ଚିଲିଗୁଡ଼ା ଗ୍ରାମର ସୋମନାଥ ପଟେଲ (୩୯ବର୍ଷ)ଙ୍କ ନଦୀରେ ଭାସିଯାଇ ମୃତ୍ୟୁ ହୋଇଛି। ଯାଜପୁରର ଏକ ଘରୋଇ କମ୍ପାନିରେ କାମ କରୁଥିବା ସୋମନାଥ ଉକ୍ତ କାମରେ ସେ ନିୟୋଜିତ ଥିଲେ। ଶୁକ୍ରବାର କାମ ସାରି ନଦୀକୁ ଗାଧୋଇବାକୁ ଯାଇଥିବାବେଳେ ଭାସି ଯାଇଥିଲେ।

ସୋମନାଥ ପରିବାରର ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ।   ତାଙ୍କ ପରିବାରରେ ବୃଦ୍ଧା ମା’, ସ୍ତ୍ରୀ, ଦୁଇ ଝିଅ ଏବଂ ଗୋଟିଏ ପୁଅ। ଜମି ବାଡ଼ି ବୋଲି କିଛି ନାହିଁ। ତେବେ ବର୍ତ୍ତମାନ ସୋମନାଥଙ୍କ ମୃତ୍ୟୁ ପରେ ପରିବାର ଲୋକ କିଭଳି ଗୁଜୁରାଣ ମେଣ୍ଟାଇବେ ସେହି ଚିନ୍ତାରେ ରହିଛନ୍ତି।  ଜିଲ୍ଲା ପ୍ରଶାସନ ମୃତ ସୋମନାଥଙ୍କ ପରିବାର ଲୋକଙ୍କୁ ଆର୍ଥିକ ସହଯୋଗ କରିବାକୁ ଚିଲିଗୁଡ଼ା ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର