ଅଘଟଣ ପରେ ରଥଖଳାରେ ଲାଗିଲା ବ୍ୟାରିକେଡ୍‌

ପୁରୀ : ପୁରୀ ବଡ଼ଦାଣ୍ଡ ରଥଖଳାରେ ଗତ ୯ ତାରିଖ ରାତିରେ ତୁମ୍ବ ଖୋଳା ମେସିନ୍‌ ଓଲଟି ପଡି ଜଣେ ବାଳକ ଆହତ ହେବା ପରେ ଶ୍ରୀମନ୍ଦିର ପ୍ରଶାସନ ଅଘଟଣକୁ ଏଡ଼ାଇବା ଲାଗି ଆଜିଠାରୁ ରଥଖଳା ଚାରିପାଖେ ବ୍ୟାରିକେଡ୍‌ ନିର୍ମାଣ କରିଛି। ଚାରିପାଖରୁ ମୋଟା ଦଉଡ଼ି ବୁଲାଯିବା ପରେ ଲୁହା ବ୍ୟାରିକେଡ୍‌ କରାଯାଇ ଏହା ଭିତରକୁ ସର୍ବସାଧାରଣଙ୍କ ପ୍ରବେଶ ନିଷେଧ କରାଯାଇଛି। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରବେଶ କଟକଣା ସଂପର୍କିତ ସୂଚନା ଫଳକ ବି ଲଗାଯାଇଛି। ଫଳରେ ଆଜିଠାରୁ ଶ୍ରୀକ୍ଷେତ୍ରକୁ ବୁଲି ଆସୁଥିବା ପର୍ଯ୍ୟଟକମାନେ ବ୍ୟାରିକେଡ୍‌ ବାହାରୁ ରଥଖଳାର ନିର୍ମାଣ କାର୍ଯ୍ୟକୁ ଦେଖିଛନ୍ତି। ସୁରକ୍ଷା ପାଇଁ ଅଧିକ ପୁଲିସଙ୍କୁ ବି ସେଠାରେ ମୁତୟନ କରାଯାଇଛି।

ସମ୍ବନ୍ଧିତ ଖବର