ବର୍ଷା-ଅନୁଭବ ମାମଲା: ଖୁବ୍‌ଶୀଘ୍ର ଅନୁଭବଙ୍କୁ ହେବ ନୋଟିସ୍

ଭୁବନେଶ୍ବର: ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ଗତକାଲି ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ରାଜ୍ୟ ମହିଳା ଆୟୋଗଙ୍କ ଦ୍ବାରସ୍ଥ ହେବା ପରେ ଏ ନେଇ ଖୁବଶୀଘ୍ର ଅନୁଭବଙ୍କୁ ନୋଟିସ୍ କରାଯିବ ବୋଲି ଜଣାପଡ଼ିଛି। କେବେ ସୁଦ୍ଧା ଅନୁଭବ ହାଜର ହେବେ ଏ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଗତକାଲି ମହିଳା ଆୟୋଗଙ୍କୁ ସାକ୍ଷାତ କରି ଅଭିଯୋଗ କରିଥିଲେ। ମାତ୍ର ଅଭିଯୋଗ ସଂପର୍କରେ ଗଣମାଧ୍ୟମରେ କୌଣସି ସୂଚନା ଦେଇ ନ ଥିଲେ। ଏପରିକି ମହିଳା ଆୟୋଗର ଅଧ୍ୟକ୍ଷ ମିନତୀ ବେହେରା ଗତକାଲି କ’ଣ ଅଭିଯୋଗ ହୋଇଛି ଅଭିଯୋଗପତ୍ରକୁ ପଢ଼ି ନ ଥିବା କହିଥିଲେ। ଆଜି ଅଧ୍ୟକ୍ଷ ଅଭିଯୋଗକୁ ତର୍ଜମା କରାଯିବା ପରେ ଅନୁଭବଙ୍କୁ ନୋଟିସ୍ କରାଯିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଏଥିରେ ବୁଝାମଣାକୁ ପ୍ରାଥମିକତା ଦିଆଯିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର