ମହିଳା କମିସନରେ ହାଜର ହେଲେ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ବର: କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ମହିଳା କମିସନରେ ହାଜର ହୋଇଥିବା ଜଣାଯାଇଛି। ସେ ମହିଳା କମିସନଙ୍କ ନିକଟରେ ନିଜର ପକ୍ଷ ରଖିଥିବାର ସୂଚନା ରହିଛି।  ପାରିବାରିକ ବିବାଦକୁ ନେଇ ମହିଳା କମିସନଙ୍କ ଦ୍ୱାରସ୍ଥ ହୋଇଛନ୍ତି ବର୍ଷା। ଅନୁଭବ ଏବଂ ତାଙ୍କ ବାପା ଓ ମାଆଙ୍କୁ ବି ପୂର୍ବରୁ ମହିଳା କମିସନରେ ହାଜର ହେବା ପାଇଁ ନୋଟିସ ହୋଇଥିଲା। ଆଜି ହାଜର ହେବାକୁ ୩ଜଣଙ୍କୁ ମହିଳା କମିସନ୍ ନୋଟିସ କରିଥିଲେ।

ସୂଚନାଯୋଗ୍ୟ, ଘରୋଇ ହିଂସାକୁ ନେଇ ପୂର୍ବରୁ ବର୍ଷା ପ୍ରିୟଦର୍ଶିନୀ ମହିଳା କମିସନଙ୍କ ନିକଟରେ ଅଭିଯୋଗ କରିଥିଲେ। ବର୍ଷାଙ୍କ ଅଭିଯୋଗକୁ ଭିତ୍ତି କରି ମହିଳା କମିସନ ଅନୁଭବ ମହାନ୍ତି, ତାଙ୍କ ବାପା ଓ ମା’ଙ୍କୁ ଡିସେମ୍ବର୨୯ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହୋଇ ନିଜ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର