ଅକ୍ଟୋବର ୧୨ ତାରିଖକୁ ବର୍ଷା ପ୍ରିୟଦର୍ଶିନୀଙ୍କ ପିଟିସନର ଶୁଣାଣି ଘୁଞ୍ଚିଲା, ବୟାନ ରେକର୍ଡ କଲେ ଅଧିକାରୀ

କଟକ: ଅକ୍ଟୋବର ୧୨ ତାରଖକୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପିଟିସନର ଶୁଣାଣି ଘୁଞ୍ଚିଥିବା ଜଣାଯାଇଛି। ଆଜି ଡିଭି ଆକ୍ଟ ପ୍ରୋଟେକ୍ସନ ଅଫିସର ବର୍ଷାଙ୍କ ଘରକୁ ଯାଇ ବୟାନ ରେକର୍ଡ କରିଛନ୍ତି । ସୂଚନାଯୋଗ୍ୟ, ଘରୋଇ ହିଂସା ଓ ମାନସିକ ନିର୍ଯାତନା ଦେଉଥିବା ନେଇ ସ୍ୱାମୀ ଅନୁଭବଙ୍କ ବିରୋଧରେ ବର୍ଷା ଅଭିଯୋଗ ଆଣି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

କଟକ ପରିବାର ଅଦାଲତରେ ବର୍ଷା ନିଜ ଦାମ୍ପତ୍ୟ ସମ୍ପର୍କର ସୁରକ୍ଷାର ଅନୁରୋଧ କରି ରୁଜୁ କରିଥିବା ମାମଲାର ଶୁଣାଣି ହେବ । ସେପଟେ ଅନୁଭବଙ୍କ ଅଭିଯୋଗର ଜବାବ ସୋସିଆଲ ମିଡିଆରେ ଦେଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । ଫେସବୁକରେ ପୋଷ୍ଟ କରି ବର୍ଷା ଲେଖିଛନ୍ତି, ସତ କେବେ ଲୁଚି ରହେନା । ଜଣକ ଉପରେ ମିଛ ଅଭିଯୋଗ ଆଣି ଜଣକ ଚରିତ୍ର ଉପରେ ଆଙ୍ଗୁଠି ଉଠାଇବା ଆଗରୁ ଭଗବାନଙ୍କୁ ଭୟ କରିବା ଉଚିତ। ମୋର ଭଗବାନଙ୍କ ଉପରେ ସଂପୂର୍ଣ୍ଣ ବିଶ୍ୱାସ ରହିଛି ।

ଏପରି ଖରାପ ସମୟର ମୁକାବିଲା ପାଇଁ ସମସ୍ତଙ୍କ ଆଶୀର୍ବାଦ କାମନା କରୁଛି ବୋଲି ପୋଷ୍ଟରେ ଲେଖିଛନ୍ତି ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଅନୁଭବ ଜଣେ ମଦ୍ୟପ ଓ ସେ ଶାରୀରିକ ନିର୍ଯାତନା ଦେଉଥିବା ନେଇ ବର୍ଷା ସଂଗୀନ ଅଭିଯୋଗ କରିଛନ୍ତି । ସେପଟେ ପତ୍ନୀଙ୍କ ଆଚରଣକୁ ନେଇ ଅସନ୍ତୁଷ୍ଟ ଅନୁଭବ, ଛାଡପତ୍ର ପାଇଁ ଦିଲ୍ଲୀର ଏକ କୋର୍ଟରେ ୪୭ ପୃଷ୍ଠାର ଏକ ପିଟିସନ ଦାଖଲ କରିଛନ୍ତି ।

ସମ୍ବନ୍ଧିତ ଖବର