ଅନୁଭବଙ୍କ ପୈତୃକ ଘର ଛାଡ଼ିବାକୁ ବର୍ଷାଙ୍କୁ ନିର୍ଦ୍ଦେଶ ଦେଲେ କୋର୍ଟ

କଟକ: ବହୁ ଚର୍ଚ୍ଚିତ ସେଲିବ୍ରିଟି ଦମ୍ପତି ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ ଆଜି ଏକ ଗୁୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି କଟକ ଏସ୍‌ଡିଜେଏମ୍‌ କୋର୍ଟ । ଅନୁଭବ ଦାଖଲ କରିଥିବା ଆଉ ଏକ ପିଟିସନ୍‌କୁ ଗ୍ରହଣ କରିଛନ୍ତି କୋର୍ଟ । ଏହାପରେ ବର୍ଷାଙ୍କୁ ଅନୁଭବଙ୍କ ପୈତୃକ ଘର ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଖାଲି ସେତିକି ନୁହେଁ ବର୍ଷାଙ୍କ ଭରଣପୋଷଣ ପାଇଁ ଅନୁଭବ ବର୍ଷାଙ୍କୁ ମାସିକ ୩୦ ହଜାର ଟଙ୍କା ଲେଖାଏଁ ଯୋଗାଇ ଦେବେ । ପ୍ରତ୍ୟେକ ମାସ ୧୦ ତାରିଖ ସୁଦ୍ଧା ଏହି ଟଙ୍କା ଦେବାକୁ ହେବ । ପ୍ରଥମ ଟଙ୍କା ପାଇବାର ଦୁଇ ମାସ ମଧ୍ୟରେ ଅନୁଭବଙ୍କ ଘର ଛାଡ଼ିବାକୁ କୋର୍ଟ ବର୍ଷାଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ହାଇକୋର୍ଟରେ ବର୍ଷା-ଅନୁଭବଙ୍କ ବିବାହ ବିଚ୍ଛେଦ ମାମଲା ଚାଲିଛି । ଅନୁଭବ ଆଉ କୌଣସି ମତେ ବର୍ଷାଙ୍କ ସହ ରହିବାକୁ ଚାହୁଁ ନାହାନ୍ତି । ଏଥିପାଇଁ ତାଙ୍କୁ ତୁରନ୍ତ ଘର ଛାଡ଼ିବାକୁ ନିର୍ଦ୍ଦେଶ ଦେବାକୁ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି । କୋର୍ଟ ତାଙ୍କ ପିଟିସନ ଗ୍ରହଣ କରି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଘର ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

 

Outlook India

ଅନୁଭବଙ୍କ ପିଟିସନଙ୍କୁ ଗ୍ରହଣ କରିଛନ୍ତି ଏସଡିଜେଏମ୍ କୋର୍ଟ । ପୈତୃକ ଘର ଛାଡିବାକୁ ଆବେଦନ କରିଥିଲେ ଅନୁଭବ। ବର୍ଷା ଅନୁଭବଙ୍କ ପାରିବାରିକ ମାମଲାରେ କଟକ ଏସଡିଜେଏମ କୋର୍ଟ ଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ବର୍ଷା ଅନୁଭବଙ୍କ ପୈତୃକ ସମ୍ପତ୍ତି ଛାଡିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ବର୍ଷା ଙ୍କ ରହିବା ପାଇଁ ମାସିକ ୩୦ ହଜାର ଟଙ୍କା ଦେବାକୁ ଅନୁଭବ ଙ୍କୁ ନିର୍ଦ୍ଧେଶ ଦେଇଛନ୍ତି କୋର୍ଟ। ଅନୁଭବଙ୍କ ବାପା ଓ ମାଙ୍କ ଦେହ ଅସୁସ୍ଥ ଥିବାରୁ ବର୍ଷା ଘର ଛାଡିବାକୁ କଟକ ଏସଡିଜିଏମ କୋର୍ଟରେ ମାମଲା ଦାୟର କରିଥିଲେ ଅନୁଭବ।

ସମ୍ବନ୍ଧିତ ଖବର