ବିଏଡ୍‌ ପରୀକ୍ଷାରେ ସୁନ୍ଦରଗଡ଼ କଲେଜ ଆଣିଲା ସୁନାମ, ବର୍ଷା ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠ

ଶ୍ରେଷ୍ଠ ୧୦ରେ ସୁନ୍ଦରଗଡ଼ର ୭ ଜଣ ଛାତ୍ରଛାତ୍ରୀ 

ସୁନ୍ଦରଗଡ଼: ସମ୍ବଲପୁର ବିଶ୍ୱବିଦ୍ୟାଳୟର ୨୦୧୮-୨୦ ବିଏଡ୍‌ ପରୀକ୍ଷାରେ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ସୁନାମ ଆଣିଛି। ମହାବିଦ୍ୟାଳୟର ଛାତ୍ରୀ ବର୍ଷା ନାଏକ ୧୪୭୫ ମାର୍କ ରଖି ବିଶ୍ୱବିଦ୍ୟାଳୟ ଟପ୍ପର ହୋଇଥିବା ବେଳେ ଶ୍ରେଷ୍ଠ ୧୦ ଜଣ ମଧ୍ୟରେ ସୁନ୍ଦରଗଡ଼ର ୭ ଜଣ ରହି ମହାବିଦ୍ୟାଳୟ ଓ ସୁନ୍ଦରଗଡ଼ ପାଇଁ ଗୌରବ ଆଣିଛନ୍ତି।

୭ ଜଣଙ୍କ ମଧ୍ୟରେ ଦେବୀଦତ୍ତା ନାଏକ, ଛନ୍ଦାମୟୀ ଚୌହାନ, ବିକ୍ରମଚରଣ ପାତ୍ର, ସଞ୍ଜୟ ମହାକୁଳ, ଶୁଭଶ୍ରୀ ପ୍ରିୟଦର୍ଶିନୀ ବେହେରା, ରାଜଶ୍ରୀ ରିତାରାଣୀ ସାହୁ ଯଥାକ୍ରମେ ଦ୍ଵିତୀୟ, ତୃତୀୟ, ଚତୁର୍ଥ, ସପ୍ତମ, ନବମ ଓ ଦଶମ ସ୍ଥାନ ଅଧିକାର କରିଛନ୍ତିଯ ସଫଳତା ପାଇଁ ସୁନ୍ଦରଗଡ଼ ମହାବିଦ୍ୟାଳୟ ଅଧକ୍ଷ ଡ. କିଶୋର କୁମାର ଦାଶ ଓ ବିଏଡ ସମନ୍ଵୟକାରୀ ଡ. ଲଳିତରଞ୍ଜନ ସାହୁ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତିଯ ଏହି ଅବସରରେ ଅଧ୍ୟକ୍ଷ ଡ. ଦାଶ ବିଏଡ ବିଭାଗର ସଫଳତା ପାଇଁ ବିଏଡ ସମନ୍ଵୟକାରୀ ଡ. ଦାଶ ଓ ସମସ୍ତ ଅଧ୍ୟାପକ, ଅଧ୍ୟାପିକାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର