ବସନ୍ତ ପଣ୍ଡାଙ୍କ ଆୟ ବଢ଼ିଛି

ବିଜେପିର ସାଂସଦ ପ୍ରାର୍ଥୀ ତଥା ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ସତ୍ୟପାଠରେ ତାଙ୍କର ବାର୍ଷିକ ଆୟ ୧୨ଲକ୍ଷ ୫୯ ହଜାର ୫୦୦ ଟଙ୍କା ଉଲ୍ଲେଖ କରିଛନ୍ତି। ୨୦୧୪ ମସିହାରେ ତାଙ୍କର ବାର୍ଷିକ ଆୟ ୫ଲକ୍ଷ ୫୫ ହଜାର ୫୨୦ ଟଙ୍କା ଥିଲା। ତାଙ୍କ ନିକଟରେ ୧ଲକ୍ଷ ଟଙ୍କା ହାତ ଜମା ଓ ୧୫୨ ଗ୍ରାମ ସୁନା ଅଛି। ସମୁଦାୟ ଅସ୍ଥାବର ସମ୍ପତ୍ତି ୪୬ ଲକ୍ଷ ୧ ହଜାର ୫୦୦ ଟଙ୍କା ରହିଛି। ଖରିଆରରେ ୨ଏକର ୫୦ ଡିସିମିଲ ଜମିଥିବା ବେଳେ ସ୍ଥାବର ସମ୍ପତ୍ତି ୬ଲକ୍ଷ ଟଙ୍କା ଅଟେ। ତାଙ୍କ ପତ୍ନୀ ସୁରଭି ପଣ୍ଡାଙ୍କ ବାର୍ଷିକ ଆୟ ୬ଲକ୍ଷ ୪୭ ହଜାର ୫୦୦ ଟଙ୍କା ଥିବା ବେଳେ ୨୦୧୪ ମସିହାରେ ୨ଲକ୍ଷ ୨ ହଜାର ୮୦୦ ଟଙ୍କା ଥିଲା। ତାଙ୍କ ହାତଜମା ୧୧ଲକ୍ଷ ଟଙ୍କା, ୪୦୬ ଗ୍ରାମ ସୁନା‌ ଓ ସମୁଦାୟ ସ୍ଥାବର ସମ୍ପତ୍ତି ୩୦ ଲକ୍ଷ ୩୦ ହଜାର ୫୦୦ ଟଙ୍କା ଅଛି। ସୁରଭି ପଣ୍ଡାଙ୍କ ନାମରେ ଖଇରଭାଡି ଗାଁରେ ୧ ଏକର ୭ ଡିସିମିଲ ଜମି ରହିଛି ଓ ସମୁଦାୟ ୩ଲକ୍ଷ ୫୦ ହଜାର ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି। ତାଙ୍କ ସମ୍ପର୍କୀୟଙ୍କ ପାଖରେ ୧୦ ଲକ୍ଷ ଟଙ୍କା ଅସ୍ଥାବର ସମ୍ପତ୍ତି ରହିଛି।

ସମ୍ବନ୍ଧିତ ଖବର