ବିଜୁ ସ୍ବାସ୍ଥ୍ୟ ଯୋଜନା ଏକ ପ୍ରହସନ: ବସନ୍ତ ପଣ୍ଡା

ନୂଆପଡ଼ା: ରାଜ୍ୟରେ ବିଜେଡି ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ନାମରେ ରାଜ୍ୟବାସୀଙ୍କୁ ଠକି ଚାଲିଛନ୍ତି ବୋଲି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଅଭିଯୋଗ କରିଛନ୍ତି। ମଙ୍ଗଳବାର ସ୍ଥାନୀ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସଭାପତି ଶ୍ରୀ ପଣ୍ତା କହିଛନ୍ତି ଯେ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସୁସ୍ଥ ଜୀବନ ସୁଖି ଜୀବନ ବୋଲି ନବୀନ ସରକାର ପ୍ରଚାର କରୁଛନ୍ତି। କିନ୍ତୁ ଏହି ଯୋଜନା ବର୍ତ୍ତମାନ ନୂଆପଡ଼ା ଜିଲ୍ଲାରେ ସ˚ପୂର୍ଣ୍ଣ ବିଫଳ ହୋଇଛି। ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକ ଔଷଧ ମିଳୁ ନାହିଁ। ଏହାର ଫାଇଦା ନେଇ ଔଷଧ ଦୋକାନୀମାନେ ଚଢ଼ା ଦରରେ ଔଷଧ ବିକ୍ରି କରୁଛନ୍ତି। ବିଜୁ ସ୍ବାସ୍ଥ୍ୟ ଯୋଜନାରେ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ଚିକିତ୍ସା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ଘୋଷଣା ବର୍ତ୍ତମାନ ରାଜ୍ୟରେ ବିଫଳ ହୋଇଛି ବୋଲି କହିଥିଲେ। ଯାହାର ଉଦାହରଣ ନୂଆପଡ଼ା ଜିଲ୍ଲା ଦିଆମୁଣ୍ତା ଗ୍ରାମ‌େର ଦେଖିବାକୁ ମିଳିଛି। ଏହି ଗ୍ରାମର ଚନ୍ଦ୍ର ଧରୁଆ ହୃଦ୍‌ରୋଗରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ବିଜୁ ଜନତା ଦଳର ‌ଜଣେ ପୂର୍ବ ପ୍ରତିନିଧି ଭେଟିଥିଲେ। ମାଗଣାରେ ସଂପୂର୍ଣ୍ଣ ଚିକିତ୍ସା ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଜଣେ ବ୍ୟକ୍ତି ଶ୍ରୀ ଧରୁଆଙ୍କୁ ଓଏସ୍‌ଟିଏଫ୍‌ରୁ ଟଙ୍କା କରିଦେବାକୁ କହି ତାଙ୍କ ଠାରୁ ୧୧ ହଜାର ଟଙ୍କା ନେଇଥିଲେ। କିନ୍ତୁ ଏଯାଏ ଶ୍ରୀ ଧରୁଆଙ୍କ ଚିକତ୍ସା ହୋଇପାରି ନାହିଁ। ସେହ୍ିପରି ଭେଲା ଗ୍ରାମର ଲକ୍ଷ୍ମଣ କୁମ୍ଭାର ହୃଦ୍ ରୋଗ ପାଇଁ ବାରମ୍ବାର ପ୍ରଶାସନ ଠାରେ ଆବେଦନ କରିଥିଲେ ମଧୢ ତାଙ୍କ ଚିକିତ୍ସା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ହୋଇ ପାରୁ ନାହିଁ। ହାତୀସରା ଗ୍ରାମର ଶଙ୍କରା ସୁନାନୀ ମଧୢ ରୋଗରେ ପୀଡ଼ିତ ଅଛନ୍ତି। କିନ୍ତୁ ତାଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟଣ ଯୋଜନାରେ ସାମିଲ କରାଯାଇ ନାହିଁ ବୋଲି ଶ୍ରୀ ପଣ୍ତା କହିଛନ୍ତି।

ସମ୍ବନ୍ଧିତ ଖବର