ରାଜ୍ୟସ୍ତରୀୟ ଆଦିବାସୀ କଳାକୃତି ପ୍ରତିଯୋଗିତାରେ ବସନ୍ତଙ୍କ ସଫଳତା

ଉଦଳା-୧: କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ସହଯୋଗରେ ଭୁବନେଶ୍ୱର ଠାରେ ଆୟୋଜିତ ରାଜ୍ୟସ୍ତରୀୟ ଆଦିବାସୀ କଳାକୃତି ପ୍ରତିଯୋଗିତାରେ ଉଦଳାର ବସନ୍ତ କୁମାର ହାଁସଦା ବରିଷ୍ଠ ବର୍ଗରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। କାଠ, ବାଉଁଶ ଏବଂ ଲାଉଫଳକୁ ବ୍ୟବହାର କରି ଆଦିବାସୀ ସଂପ୍ରଦାୟର ପାରମ୍ପରିକ ବାଦ୍ୟଯନ୍ତ୍ର ଓ ନୃତ୍ୟ ଉପରେ ‘ଏ ଗ୍ଲିମ୍ପ୍ସ ଅଫ ଜୟ’ ନାମକ କଳାକୃତି ପ୍ରସ୍ତୁତ କରି ବସନ୍ତ ଏଭଳି ସଫଳତା ଅର୍ଜନ କରିଛନ୍ତି। ବସନ୍ତଙ୍କ ଘର ଉଦଳା ବ୍ଲକ ଖଲାଡ଼ି ପଞ୍ଚାୟତର ବେଗୁନିଆଡିହା ଗ୍ରାମରେ। ବାପା ଶ୍ୟାମସୁନ୍ଦର ଚାଷ କରି ପରିବାରର ପେଟ ପୋଷନ୍ତି।

ତେବେ ପିଲାବେଳର ଆଗ୍ରହ ଓ ଅଦମ୍ୟ ଇଚ୍ଛାଶକ୍ତି ବଳରେ ବସନ୍ତ ଆଜି ଏହି ସଫଳତା ପାଇପାରିଛନ୍ତି। ଏଥିପାଇଁ ତାଙ୍କୁ ନଗର କଳା ସଂସ୍କୃତି କେନ୍ଦ୍ର ତରଫରୁ ଟାଉନ କ୍ଲବ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଛି। ବଲିଉଡ କଳାକାର ସଞ୍ଜୀବ ବେହେରା, ଜିତେନ୍ଦ୍ର ହେମ୍ୱ୍ରମ, ରଞ୍ଜନ ପରିଡ଼ା, ଭଗବାନ ମହାପାତ୍ର, ରାଖାଲ ସିଂ, ଚୁନକୁ ହାଁସଦା, ରବୀନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର