ସୁନ୍ଦରଗଡ଼: ତଳସରା ବିଧାନସଭା କ୍ଷେତ୍ରରେ କଂଗ୍ରେସ ନିଜ ଗଡ଼ ଫେରିପାଇବାକୁ କସରତ ଆରମ୍ଭ କରିଦେଇଛି। ଏଭଳିସ୍ଥିତିରେ ଭୂୟାଁ କାର୍ଡ ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ଅମିତା ବିଶ୍ବାଳ ନିଜକୁ ପ୍ରମୁଖ ଦାବିଦାର୍‌ ବୋଲି ଉପସ୍ଥାପିତ କରିବାରେ ଲାଗିଛନ୍ତି। ହେଲେ, ଅମିତାଙ୍କ ବ୍ୟତୀତ ଆଉ କିଛିନାମ ବି ଚର୍ଚ୍ଚାରେ ରହିଛି।

Advertisment

ସୂଚନା ଅନୁସାରେ, ଅବସରପ୍ରାପ୍ତ ସିଟି ଓ ଜିଏସ୍‌ଟି ସ୍ବତନ୍ତ୍ର ଆୟୁକ୍ତ ତଥା ଜିଲ୍ଲା ଆଦିବାସୀ କଂଗ୍ରେସ ଅଧ୍ୟକ୍ଷ ଆନ୍ଥୋନି କୁଲୁଙ୍କ ନାମ ସାମ୍ନାକୁ ଆସିଛି। ଚାକିରିରୁ ଅବସର ପରେ ଶ୍ରୀ କୁଲୁ କଂଗ୍ରେସ ସଂଗଠନରେ ସାମିଲ ହୋଇ ଗାଁଗାଁରେ ସଭାସମିତି, ଶୋଭାଯାତ୍ରା ଆୟୋଜନ କରିବା ସହ ଲୋକଙ୍କ ନିକଟତର ହେବାକୁ ଉଦ୍ୟମ ଚଳାଇଛନ୍ତି। ତାଙ୍କ ନେତୃତ୍ବରେ ବାଲିଶଙ୍କରା ବ୍ଲକ୍‌ ଆଦିବାସୀ କଂଗ୍ରେସ ସଭାପତି ବିହାରୀ ଏକ୍କା, ସବଡେଗା ବ୍ଲକ୍‌ ସଭାପତି ଆଲେକ୍‌ଜାଣ୍ଡାର, ବଡ଼ଗାଁ ବ୍ଲକ୍‌ ସଭାପତି ସୁଧୀର କେର୍କେଟା, ପୂର୍ବତନ ପ୍ରଶାସକ ଇଗ୍ନେସ ହାଁସଦା, ଦଳୀୟନେତା ପୁରୁଷୋତ୍ତମ ବାରିକ, କୃପାସିନ୍ଧୁ ସିଂହ, ପିସିସି ସଭ୍ୟ ଉମେଶ ସାହୁ, ନାଜିର ହୁସେନ, ଅଞ୍ଜୁ ଟପ୍ପୋ, ଖ୍ରୀଷ୍ଟିନା କେର୍କେଟା, ସୁକାନ୍ତି ସୋରେଙ୍ଗ, ବିନୋଦ ଖାଖା, ରାଜୀବ ଓରାମ ପ୍ରମୁଖ ସଂଗଠନ ଓ ଦଳକୁ ମଜଭୁତ କରିବାରେ ଲାଗିଛନ୍ତି। ତେଣୁ ସେ କଂଗ୍ରେସରୁ ଟିକଟ ପାଇବେ ବୋଲି ଆଶା ରଖିଛନ୍ତି। ସେହିପରି ଯୁବ ଆଦିବାସୀନେତା ଆଲବର୍ଟ କିଣ୍ଡୋଙ୍କ ସମେତ ବହୁ ଆଶାୟୀ ଟିକଟଦୌଡ଼ରେ ରହିଛନ୍ତି।