କୋରାପୁଟରେ ବେସ୍‌ଲାଇନ୍ ସର୍ବେକ୍ଷଣ ଜାରି ରହିଛି

ଭୁବନେଶ୍ବର : ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିର ବିନିଯୋଗ ପାଇଁ ବାଲେଶ୍ବର, କୋରାପୁଟ ଓ ସୁନ୍ଦରଗଡ଼ ଜିଲ୍ଲାରେ ବେସଲାଇନ୍ ସର୍ବେକ୍ଷଣ କରାଯାଇଛି। ବାଲେଶ୍ବର, ସୁନ୍ଦରଗଡ଼ରେ ଏହା ଶେଷ ହୋଇଥିବା ବେଳେ କୋରାପୁଟରେ ଏହା ଜାରି ରହିଛି। ସୁନ୍ଦରଗଡ଼ରେ ଏଥିପାଇଁ ୨୯ଟି ଗ୍ରାମସଭା ସହ ୧୦,୦୮୧ ଲୋକ ଏହି ସଭାରେ ଅଂଶଗ୍ରହଣ କରିଥିବା ସୂଚନା ରଖିଛନ୍ତି ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଢୋଲକିଆ କହିଛନ୍ତି ଯେ ଓଡ଼ିଶା ଜିଲ୍ଲା ଖଣିଜ ପ୍ରତିଷ୍ଠାନ ନିୟମାବଳୀ-୨୦୧୫ ଅନୁଯାୟୀ ପ୍ରତ୍ୟେକ ଜିଲ୍ଲାର ଆୟ-ବ୍ୟୟର ସବିଶେଷ ହିସାବ ବାର୍ଷିକ ରିପୋର୍ଟରେ ସ୍ଥାନିତ ହେବା ପରେ ପର୍ଯ୍ୟାୟକ୍ରମେ ବିଧାନସଭାରେ ଉପସ୍ଥାପନ କରାଯାଇଛି। ଏହିସବୁ ରିପୋର୍ଟ ମଧ୍ୟ ଜାତୀୟ ଇ-ବିଧାନ ଆପ୍ଲିକେସନ୍ ବା ଏନ୍‌ଇଭିଏ ମାଧ୍ୟମରେ ମନ୍ତ୍ରୀ ଓ ବିଧାୟକଙ୍କ ଅବଗତି ପାଇଁ ଉପସ୍ଥାପନା କରାଯାଇଛି।

ସମ୍ବନ୍ଧିତ ଖବର