ଜୁଲାଇ ଯାଏ ବେସିକ୍‌ ସାଇନ୍ସ ପରୀକ୍ଷା ସ୍ଥଗିତ

ଭୁବନେଶ୍ବର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି) ଅଧୀନସ୍ଥ ବେସିକ୍‌ ସାଇନ୍ସ କଲେଜର ବିଏସ୍‌ସି(ୟୁଜି) ଓ ଏମ୍‌ଏସ୍‌ସି(ପିଜି) ପାଠ୍ୟକ୍ରମର ଶେଷ ସେମିଷ୍ଟର ଓ ଇଣ୍ଟରନାଲ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଜୁଲାଇ ୩୧ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବାରୁ କଲେଜ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ମୁତାବକ ଶିକ୍ଷାନୁଷ୍ଠାନର ସ୍ନାତକ ପାଠ୍ୟକ୍ରମର ଦ୍ବିତୀୟ, ଚତୁର୍ଥ ଓ ସ୍ନାତକୋତ୍ତର ପାଠ୍ୟକ୍ରମର ଦ୍ବିତୀୟ ସେମିଷ୍ଟର ପରୀକ୍ଷାକୁ ବାତିଲ୍‌ କରାଯାଇଛି। ୟୁଜିସି ନିୟମ ମୁତାବକ ଛାତ୍ରଛାତ୍ରୀଙ୍କୁ ପରବର୍ତ୍ତୀ ସେମିଷ୍ଟରକୁ ଉତ୍ତୀର୍ଣ୍ଣ କରାଯିବ। ବିଶ୍ବବିଦ୍ୟାଳୟର ହଷ୍ଟେଲଗୁଡ଼ିକରେ ସଙ୍ଗରୋଧ କେନ୍ଦ୍ର ହୋଇଥିବାରୁ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରୁ ଆସୁଥିବା ଛାତ୍ରଛାତ୍ରୀ ସେଠାରେ ରହିପାରିବେ ନାହିଁ। ସ୍ଥିତି ସ୍ବାଭାବିକ ହେବା ପରେ ୟୁଜି ଓ ପିଜି ପାଠ୍ୟକ୍ରମର ‌ଶେଷ ସେମିଷ୍ଟର ପରୀକ୍ଷା କରାଯିବ ବୋଲି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର