ଭୁବନେଶ୍ୱର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି) ଅଧୀନ ବେସିକ୍ ସାଇନ୍ସ କଲେଜର ସ୍ନାତକୋତ୍ତର(ପିଜି) ଏମ୍ଏସ୍ସି ପରୀକ୍ଷା ଫଳ ପ୍ରକାଶ ପାଇଛି। ପରୀକ୍ଷା ଦେଇଥିବା ସମସ୍ତ ୧୦୨ ଛାତ୍ରଛାତ୍ରୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ସବୁ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ପାସ୍ହାର ଶତ ପ୍ରତିଶତ ରହିଛି ବୋଲି କଲେଜ ନିର୍ଦେଶକ ପ୍ରଫେସର ବିକାଶ ପଣ୍ଡା କହିଛନ୍ତି। ୭ ଜଣ ଛାତ୍ରଛାତ୍ରୀ ବିଭିନ୍ନ ବିଭାଗର ଟପ୍ର ହେବା ସହ ସ୍ବର୍ଣ୍ଣ ପଦକ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।
ପଦାର୍ଥବିଜ୍ଞାନରେ ଜିତେଶ ପାଣି, ରସାୟନ ବିଜ୍ଞାନରେ ଅନିନ୍ଦ୍ୟା ମହାନ୍ତି, ଗଣିତରେ ସନ୍ତୋଷୀ ସାହୁ, ଉଦ୍ଭିଦ ବିଜ୍ଞାନରେ ଅଙ୍କିତା ନାୟକ, ପ୍ରାଣୀ ବିଜ୍ଞାନରେ ସୌରଞ୍ଜିତା ମାଝି, ମାଇକ୍ରୋ ବାୟୋଲୋଜିରେ ହରେକୃଷ୍ଣ ପାତ୍ର, ବାୟୋ-ଟେକ୍ନୋଲୋଜିରେ ସଂଘୁପ୍ତା ପରବିନ୍ ସ୍ବର୍ଣ୍ଣପଦକ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।