ବାଲେଶ୍ବର ଜିଲ୍ଲାର ବସ୍ତାରେ ବାଲି ଖାଦାନ ନିଲାମ ହେଲା

ବସ୍ତା: ନାନା କଳ୍ପନା ଜଳ୍ପନାର ଅବସାନ ଘଟାଇ ବସ୍ତାରେ ଆଜି ବାଲେଶ୍ବର ଜିଲ୍ଲାର ବସ୍ତା ତହସିଲର ବାଲି ଖାଦାନ ସବୁ ନିଲାମ ହେଲା। ଫଳରେ ବାଲି ମାଫିଆଙ୍କ ପ୍ରାଦୁର୍ଭାବର ଅବସାନ ଘଟିଛି। ସୂଚନାଯୋଗ୍ୟ, ଗତ ବୁଧବାର ଦିନ ବସ୍ତା ତହସିଲଦାର କାର୍ତ୍ତିକ ଦାସଙ୍କ ଦ୍ଵାରା ବାଲି ଖାଦାନ ନିଲାମ ଆହୂତ ହୋଇଥିଲା।

ଏହାକୁ ପୂର୍ବରୁ ସରକାରଙ୍କର ସବୁଜ ସଙ୍କେତ ମିଳିଥିଲା। କିନ୍ତୁ ଲକଡାଉନ ପାଇଁ ନିଲାମ କାର୍ଯ୍ୟକ୍ରମ ବିଳମ୍ବ ହୋଇଥିଲା। ଫଳରେ ପ୍ରତ୍ୟେକ ଦିନ  ହଜାର ହଜାର ଟ୍ରକ ମାଧ୍ୟମରେ ବାଲି ଉତ୍ତୋଳନ କରି ମାଫିଆମାନେ ବାଲି ଚୋରା ଚାଲାଣ କରୁଥିଲେ। ସେମାନେ ଗୁଣ୍ଡା ରାଜ ଚଳାଇ ଅଞ୍ଚଳ ବାସୀଙ୍କୁ ଭୟଭୀତ କରିବା ସହିତ ରାସ୍ତାରେ ବହୁ ଗାଈଗୋରୁଙ୍କୁ ମାରି ପକାଉଥିବାର ଅଭିଯୋଗ ହୋଇଥିଲା।

ବାଲି ମାଫିଆଙ୍କ ଏହି କାରନାମା ପାଇଁ ସରକାରଙ୍କ ବିପୁଳ ପରିମାଣର ରାଜସ୍ବ କ୍ଷତି ହେଉଥିଲା। ତହସିଲଦାରଙ୍କ କହିବା ଅନୁସାରେ ବସ୍ତା ବ୍ଳକ ଅନ୍ତର୍ଗତ କାଦରାୟା, ଧିତପୁରା, ଆମ୍ବକୁଡୁଚି ଓ ଦେଭୋଗରେ ବାଲି ଖାଦାନ ନିଲାମ ହୋଇଛି।

ସମ୍ବନ୍ଧିତ ଖବର