ବାସୁଦେବପୁର/ବିଦେଇପୁର : ଜବର ଦଖଲ ଉଛେଦ କରିବାକୁ ଯାଇ ଅଟକ ହେଲେ ବାସୁଦେବପୁର ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ। ଜାମୁଝାଡି ଧାମରା ରାସ୍ତାର ସଂପ୍ରସାରଣ ପାଇଁ ରାସ୍ତା ପାର୍ଶ୍ୱରେ ଥିବା ଜବର ଦଖଲ ଉଚ୍ଛେଦ ବେଳେ ଏକ ଅପ୍ରିତିକର ପରିସ୍ଥିତି ଦେଖିବାକୁ ମିଳିଥିଲା।
ସୂଚନା ଅନୁଯାୟୀ ବିରସ ପଞ୍ଚାୟତର ବିରସ ଛକ ରାସ୍ତା ପାର୍ଶ୍ୱରେ ଏକ ଭୂମିହୀନ ପରିବାର ଅଜୟ ସିଂ ନାମକ ଜଣେ ବ୍ୟକ୍ତି ବହୁଦିନ ହେବ ରହିଆସୁଥିଲେ। ଅଜୟଙ୍କୁ କୌଣସି ନୋଟିସ୍ ନଦେଇ କିମ୍ବା ବିନା ସୂଚନାରେ ଆଜି ଦିପ୍ରହର ସମୟରେ ହଠାତ ଘରକୁ ଜବର ଦଖଲ ଉଚ୍ଛେଦ କରିବା ସହ ଭାତ ହାଣ୍ତି ଭାଙ୍ଗିବା ଏବଂ ଅସବାବପତ୍ର ବାହାର କରିବାକୁ ସମୟ ନଦେବା ଏବଂ ଅଜୟଙ୍କ ପତ୍ନୀ ୯ମାସର ଗର୍ଭବତୀ ଥିଲେ ବି ପ୍ରଶାସନ ନଶୁଣିଥିବା ଅଭିଯୋଗ କରି ବାସୁଦେବପୁର ତହସିଲଦାରଙ୍କ ଗାଡିକୁ ଅଟକାଇବା ସହ ଡ୍ରାଇଭରକୁ ଧସ୍ତାଧସ୍ତି କରିଥିଲେ ଗ୍ରାମବାସୀ। ଏଥିସହ ଥଇଥାନ ପାଇଁ ୯ ମାସର ଗର୍ଭବତୀ ମହିଳା ଅଜୟଙ୍କ ପତ୍ନୀ ତହସିଲଦାରଙ୍କ ଗାଡି ସମ୍ମୁଖରେ ଧାରଣାରେ ବସିଥିଲେ ଏବଂ ମାପର ପାତର ଅନ୍ତର କରାଯାଇଥିବା ଅଭିଯୋଗ କରି ପିଡବ୍ଲ୍ୟୁଡି ଅମିନଙ୍କ ସାର୍ଟ ଚିରିବା ସହ ଗାଳି ଗୁଲଜ କରିଥିଲେ।
/sambad/media/post_attachments/wp-content/uploads/2020/10/basudevpur-tahasildar-2-300x175.jpg)
ଏହାପରେ ଖବର ପାଇ ନାୟକାଣିଡିହି ଥାନା, କଶିଆ ସାମୁଦ୍ରିକ ଥାନାରୁ ପୁଲିସ ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ପୁଲିସ୍ ଉପସ୍ଥିତିରେ ଫଟୋ କଏଦ କରୁଥିବା ବେଳେ ଉତ୍ତ୍ୟକ୍ତ ଲୋକମାନେ ପିଡବ୍ଲ୍ୟୁଡିର ଅମିନଙ୍କୁ ମାଡ ମାରି ତଳେ ପକାଇ ଦେଇଥିଲେ। ନାୟକାଣିଡିହି ଥାନା ଏସ.ଆଇ ନିରୋଦ କୁମାର ମଳିକ ଲୋକମାନଙ୍କୁ ବୁଝାସୁଝା କରିବା ସହ ଉକ୍ତ ମହିଳାଙ୍କୁ ଥଇଥାନ କରାଯିବ ବୋଲି କହିବା ପରେ ତହସିଲଦାରଙ୍କୁ ଛାଡିଥିଲେ ଉତ୍ତ୍ୟକ୍ତ ଲୋକେ। ଅପରପକ୍ଷରେ ନୋଟିସ୍ ଦେଇ ଘର ଭାଙ୍ଗିଥିବା ସହ ଏହା ଏକ ଆକ୍ରୋଶ ମୂଳକ ଆକ୍ରମଣ ବୋଲି ବାସୁଦେବପୁର ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/basudevpur-tahasildar.jpg)