ଟିଟିଲାଗଡ଼: ସମ୍ବାଦ ସାହିତ୍ୟଘର, ଟିଟିଲାଗଡ଼ ଶାଖା ପକ୍ଷରୁ ରଜ ଅବସରରେ ବସୁମତୀ ସାରସ୍ବତ ଆସର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଜଳରାମ ଲଜ୍ ସଭାକକ୍ଷରେ ସାହିତ୍ୟଘର ସଭାପତି ସଞ୍ଜୟ ଅଗସ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆସରରେ ଡିଏଭି କଲେଜର ପ୍ରାକ୍ତନ ପ୍ରାଧ୍ୟାପକ ଡ. ଦୋଳଗୋବିନ୍ଦ ବିଶି ମୁଖ୍ୟ ଅତିଥି, ଡିଏଭି କଲେଜର ଅଧ୍ୟକ୍ଷ ମେଜର ଡ. ମଧୁସୂଦନ ମିଶ୍ର ମୁଖ୍ୟବକ୍ତା ଓ ସଇନ୍ତଳା ପଞ୍ଚାୟତ କଲେଜ ଅଧ୍ୟାପକ ଶଶିଭୂଷଣ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ନାଟ୍ୟକାର କବି ନୀଳମଣି ସାହୁ ଧନ୍ୟବାଦ ଦେଇଥିଲେ।
ପରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଉପସ୍ଥିତ ଅତିଥିମାନେ ରଜ ପର୍ବର ମହତ୍ୱ ତଥା ଏହାର ବିଭିନ୍ନ ଦିଗ ବିଷୟରେ ଆଲୋଚନା କରଥିଲେ। ପୃଥିବୀକୁ ମାତା ରୂପେ ମାନୁଥିବା ବେଳେ ରଜପର୍ବ ଧରଣୀ ସହ ଜଡ଼ିତ ଅଟେ। ତେଣୁ ଏହି ଆସରକୁ ବସୁମତୀ ଆସର ନାମ ଦିଆଯାଇଛି ବୋଲି ଉପସ୍ଥିତ ବକ୍ତାମାନେ କହିଥିଲେ। ଆସନ୍ତା ବର୍ଷ ରଜ ପର୍ବ ସମ୍ବାଦ ସାହିତ୍ୟଘର ପକ୍ଷରୁ ପାଞ୍ଚଦିନ ବ୍ୟାପୀ ଅନୁଷ୍ଠିତ ହେବ ବୋଲି ମତ ପ୍ରକାଶ ପାଇଥିଲା। ପୁଣି ଏବର୍ଷ ବୃକ୍ଷରୋପଣକୁ ତ୍ୱରାନ୍ୱିତ କରିବାକୁ ସଂକଳ୍ପ ନିଆ ଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ବିଧାନ ମିଶ୍ର, ବିପିନ ରାଉତ, ଉମେଶ ମିଶ୍ର, ବିଦ୍ୟାଧର ବେହେରା, ରତ୍ନାକର ନାଏକ, ସୁଦେଶ ବେହେରା, ବିଦ୍ୟାଧର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/26-11.jpg)